Breaking News

କାନ୍ଧରେ ବୁହାହେଲେ ପ୍ରସବ ମହିଳା

ବାଲେଶ୍ଵର---  ପୁଣି କାନ୍ଧରେ ବୁହାହେଲେ ଗର୍ଭବତୀ ମହିଳା ଭିଡିଓ ଭାଇରାଲ । ବାଲେଶ୍ଵର ଜିଲ୍ଲା ସାରକୋଣା ପଞ୍ଚାୟତ କଣ୍ଡିରାଗଢିଆ ଗ୍ରାମର ବିଦ୍ୟାପତି ଦାସ ଙ୍କର ସ୍ତ୍ରୀ ଭାରତୀ ଦାସ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକ  ୧୦୨ଆମ୍ବୁଲାନ୍ସ କୁ  ଫୋନ କରିଥିଲେ । ଆମ୍ବୁଲାନ୍ସ ଆସି ଅଧା ବାଟରେ ରହିଥିଲା ।ରାସ୍ତା ନଥିବାରୁ ଆମ୍ବୁଲାନ୍ସ ମହିଳା ଙ୍କ ଘର ଠାରୁ  ଏକ କିମି ଉର୍ଦ୍ଧ୍ବ ହେବ ଦୂରତା ରହିଥିଲା । ପରିବାର ଲୋକ କୌଣସି  ଉପାୟ ନପାଇ ଶେଷରେ ଗାଁ ଲୋକଙ୍କ ସହଯୋଗରେ ମହିଳାଙ୍କୁ ଟେକିଟେକି ଆଣୁଥିବାର ଦୃଶ୍ୟ ଭାଇରାଲ ହେବାର ଲାଗିଛି । ଏ ବିଷୟରେ ସ୍ଥାନୀୟ ସରପଞ୍ଚ ଙ୍କ ପ୍ରତିନିଧି କୁ ପଚାରିବାରୁ  ରାସ୍ତା କାମ ଟଙ୍କା ଆସିଛି ।  ବହୁ ଶୀଘ୍ର କାମ ଆରମ୍ଭ ହେବ ବୋଲି କହିଥିଲେ । 

କିଶୋର କୁମାର ବେହେରା ,ଖଇରା, ବାଲେଶ୍ବର

Blog Archive

Popular Posts