ଦୁଇଟି କେସରେ ତିନି ଅଭିଯୁକ୍ତ ଗିରିଫ
ଡେଲାଙ୍ଗ------ ଡେଲାଙ୍ଗ ଥାନା ହରିରାଜପୁର ଫାଣ୍ଡି ଅନ୍ତର୍ଗତ ଗୋଡିପୁଟ ମାଟିଆପଡା ଗ୍ରାମରେ ପୂର୍ବ ଶ୍ରତୁତାକୁ ନେଇ ହରପିୟା ସ୍ୱାଇଁ ଏକ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଗ୍ରହଣ କରି ଡେଲାଙ୍ଗ ଥାନା କେସନଂ ୮୦/୨୦ରେ ଏକ କେସରୁଜ କରାଯାଇଥିଲା । ସେହି କେସରେ ମୁଦୁଲା ଅଭୟ ସ୍ୱାଇଁ ( ୩୦) ଓ ଅକ୍ଷୟ ସ୍ୱାଇଁ (୨୫) ଦୁଇ ଜଣଙ୍କୁ ଡେଲାଙ୍ଗ ପୋଲିସ ଗିରଫ କରିଛି । । ସେହିପରି ଝାରପଡା ଗ୍ରାମରେ ପୂର୍ବ ଶ୍ରତୁତାକୁ ନେଇ ଏକ ପରିବାର ଉପରେ ଆକ୍ରମଣ କରିଥିବା ନେଇ ପ୍ରଭାସିନୀ ବେହେରା ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଗ୍ରହଣ କରି ୧୧୬/୨୦ରେ ଏକ କେସରୁଜ କରାଯାଇ ପ୍ରଦ୍ୟୁମ୍ନ ବେହେରା(୫୨)ଙ୍କୁ ଗିରଫ କରାଯାଇଛି । ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ହରିରାଜପୁର ଫାଣ୍ଡି ଅଧିକାରୀ ଯୁଗଳ କିଶୋର ଜେନା ତିନିଜଣ ଅଭିଯୁକ୍ତଙ୍କୁ ଗିରିଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି