Breaking News

ବିପଦ ସଙ୍କେତ ଉପରେ ଭାର୍ଗବୀ ; ଘଳିଆ ସ୍ଥାନ ପ୍ରତି ତୀକ୍ଷ୍ମ ନଜର


 ସାକ୍ଷୀଗୋପାଳ -----  ଭାର୍ଗବୀ ନଦୀର ଉଭୟ ପାଶ୍ୱର୍ରେ ଥିବା ନଦୀ ବନ୍ଧରେ ଘଳିଆ ପଡିଛି । ବଳଙ୍ଗା ଜଳସେଚନ ଅଧୀନରେ ଥିବା ସତ୍ୟବାଦୀ ବ୍ଳକର ବାଲିଆ, ତୋଟାସାହି, ଗୁଆଳିଗୋରଡା,ପାର୍ବତୀପୁର, କଳାପାହାଡ,ଆଦି ସ୍ଥାନରେ ଘଳିଆ ପଡିଛି । ସେହିପିର  ସତ୍ୟବାଦୀ ଜଳସେଚନ ବିଭାଗ ଅଧିନରେ ଥିବା ରଥପୁରୁଷୋତମ ପୁର, ଦକ୍ଷିଣସାହି , ଅଳାରପୁର, କୋଠସାହି, ଦୁର୍ଗାଦାସପୁର ନିକଟରେ ଘଳିଆ ପଡିଛି ।  ଘଳିଆକୁ ବାଲିବସ୍ତା ଦେଇ ରିଙ୍ଗ କରାଯାଇଛି । ଯାହାକୁ ନେଇ ସ୍ଥାନୀୟ ଗ୍ରାମାବସୀ ଆତଙ୍କିତ ।  ଆଜି  ପିପିଲି ବିଧାୟକ ପ୍ରଦୀପ ମହାରଥୀ , ଭୁବନେଶ୍ୱର, କେନ୍ଦ୍ରୀୟ ଜଳସେଚନ ଅଧିକ୍ଷଣଯନ୍ତ୍ରୀ ଚିନ୍ମୟ ରଞ୍ଜନ ରାଉତ , ଅତିରିକ୍ତ ମୁଖ୍ୟଯନ୍ତ୍ରୀ ମହେନ୍ଦ୍ର କୁମାର ଭୁୟାଁ ଓ ନିର୍ବାହୀ ଯନ୍ତ୍ର୍ରୀ ଭଗବାନ ଦାଶ, ମୁଖ୍ୟଯନ୍ତ୍ରୀ ଲଡୁ କିଶୋର ସାବତ ଓ  ସତ୍ୟବାଦୀ ଜଳ ସେଚନ ବିଭାଗର ନିର୍ବାହୀଯନ୍ତ୍ରୀ ରଘୁନାଥ ସ୍ୱାଇଁ ନଦୀ ବନ୍ଧର ଘଳିଆ ସ୍ଥାନ ଗୁଡିକ ବୁଲିକି ଦେଖିଛନ୍ତି ।

ମୁଣ୍ଡଳି ଠାରୁ ୧୦ ଲକ୍ଷ ୯ହଜାର କ୍ୟୁସେକ ପାଣି ମହାନଦୀ ଦେଇ ପ୍ରବାହିତ ହେଉଛି । ଏହି ପାଣି ଏବେ ଭାର୍ଗବୀ ନଦୀରେ ପ୍ରବାହିତ ହେଉଛି । ବଳଙ୍ଗା ଠାରେ  ବିପଦ ସଙ୍କେତ ୧୦.୪୨ ରହିଥିବା ବେଳେ ଶନିବାର ଦିନ ୧୧.୬୨ ପୁଟ ପାଣି ପ୍ରବାହିତ ହେଉଥିଲା । ଆଜି ୧୧.୯ ଫୁଟ ପାଣି ପ୍ରବାହିତ ହେଉଛି । ନଦୀରେ ପ୍ରତି ଘଣ୍ଟାରେ ୧.୧ ଫୁଟ ପାଣି ବଢ଼ୁଥିବାର ବଳଙ୍ଗା ଜଳ ସେଚନ ବିଭାଗର ଉପଖଣ୍ଡ  ଅଧିକାରୀ ରାକେଶ କୁମାର ମଲିକଙ୍କ ଠାରୁ ସୁଚନା ମିଳିଛି ।  ଅନ୍ୟପକ୍ଷେ ସତ୍ୟବାଦୀ ତହସିଲଦାର ମନୋଜ କୁମାର ନାୟକ ଓ ବନ୍ୟା ପରିଚାଳନା କମିଟିର  ସତ୍ୟବାଦୀ ବ୍ଳକର ନୋଡାଲ ଅଧିକାରୀ ତଥା  ବିଡିଓ ସରୋଜ କୁମାର ଦତ୍ତ ନଦୀ ବନ୍ଧ ବୁଲିକି ପରିସ୍ଥିତି ସମ୍ପର୍କରେ ତଥ୍ୟ ସଂଗ୍ରହ କରି ପୁରୀ ଜିଲାପାଳଙ୍କୁ ପ୍ରତି ଘଣ୍ଟାରେ ରିର୍ପୋଟ ଦେଉଥିବା ଜଣାପଡିଛି ।

    ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts