ବିଧାୟକ, ଜିଲାପାଳ ଓ ଏସପିଙ୍କ ବନ୍ୟା ସମୀକ୍ଷା
ଡେଲାଙ୍ଗ -----ଡେଲାଙ୍ଗ ଅଞ୍ଚଳରେ ଦୟା ଓ ଲୁଣା ନଦୀରେ ସାମ୍ଭାବ୍ୟ ବନ୍ୟା ଆଶଙ୍କା କୁ ଦୃଷ୍ଟିରେ ରଖି ବିଧାୟକ ପ୍ରଦୀପ ମହାରଥୀ ,ଜିଲ୍ଲାପାଳ ବଳୱନ୍ତ ସିଂ ଓ ପୁରୀ ଏସ୍ପି ଅଖିଳେଶ୍ୱର ସିଂହଙ୍କ ଦ୍ୱାରା କଣ୍ଟି ଠାରେ ଏକ ସମୀକ୍ଷା ଅନୁଷ୍ଠିତ ହୋଇଯାଇଛି । ବିଶେଷ କରି ବିଧାୟକ ଶ୍ରୀ ମହାରଥୀ ଦୟାରେ ଅଧିକ ବନ୍ୟା ପାଣି ପ୍ରବାହିତ ହେଲେ କଣ୍ଟିଠାରେ ଥିବା କାଜରେ ପାଣି ଲୁଣା ନଦୀକୁ ପ୍ରବାହିତ ହେବ । ଯାହାକି ଡେଲାଙ୍ଗ ବ୍ଳକର ପ୍ରାୟ ୨୦ ଗୋଟି ପଞ୍ଚାୟତ କ୍ଷତିଗସ୍ତ ହେବ ତା ସହିତ ପିପିଲି ବ୍ଳକର ଅନେକ ପଞ୍ଚାୟତ ମଧ୍ୟ ଏଥିରେ କ୍ଷତିଗସ୍ତ ହେବ ବୋଲି ବିଧାୟକ କହିଥଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି