ଅଳଗୁମରେ ପୂଜିତ ମା ଜାଗୁଳାଇ ଠାକୁରାଣିଙ୍କ ପର୍ବ ଆରମ୍ଭ; ଆଜି ରାତିରେ ଖୋଲିବ ଆଖି
ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଅଳଗୁମ ଗ୍ରାମରେ ପୂଜିତ ମା ଜାଗୁଳାଇ ଠାକୁରଣୀଙ୍କର ଷଷ୍ଠିତିଥିରେ ଆଖି ଖୋଲିଥାଏ । ଏଥିଯୋଗୁ ମନ୍ଦିରରେ ମାଙ୍କର ଏହି ନୀତିକାନ୍ତି ଦେଖିବା ପାଇଁ ଲୋକମାନେ ଗହଳି ଲାଗିଥାଏ । ସୁଚନା ଯୋଗ୍ୟ ରେ ଉକ୍ତ ଠାକୁରାଣୀଙ୍କ ବର୍ଷକ ଯାକ ଆଖିରେ ବିରି ବଟା ହୋଇ ଯାବ ଦିଆଯାଇଥାଏ । ଭାଦ୍ରବ ମାସ ଶୁକ୍ଳପକ୍ଷ ଷଷ୍ଠି ତିଥିରେ ମାଙ୍କ ଆଖି ଖୋଲିବା ପରେ ବାରପଡାରେ ମା ଭୋଗ ଖାଇଥାନ୍ତି । ଶେଷ ଦିନରେ ମାଙ୍କ କାଠି ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏହି ପର୍ବରେ ମନ୍ଦିରରେ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କର ଗହଳି ଳାଗିଥାଏ । ଅନ୍ୟ ପକ୍ଷେ ରାଜ୍ୟରେ ମହାମାରି କରୋନା ଯୋଗୁ ସମସ୍ତ ମନ୍ଦିର ଓ ଯାତ୍ରା ଉପରେ ରୋକ ଲଗାଯାଇଛି । ଏହାକୁ ଲକ୍ଷ୍ୟ କରି ସ୍ଥାନୀୟ ସରପଞ୍ଚ ପ୍ରଭାତ କୁମାର ସେଠୀ ମନ୍ଦିରର ଦ୍ୱାର ବାଉଁଶ ବାଡ କରିବା ସହ ଅଳଗୁମ ବେଡା ଓ ମନ୍ଦିର ସଲଗ୍ନ ବଜାରକୁ ସଟ ଡାଉନ ଜାରି କରିଛନ୍ତି । ମନ୍ଦିର ବେଡା ଉପରେ ଥିବା ସମସ୍ତ ଦେକାନ ବଜାର ବନ୍ଦ ରହିଛି । ଏ ସମ୍ପର୍କରେ ସତ୍ୟବାଦୀ ତହସିଲଦାର କହନ୍ତି କୋଭିଡ-୧୯ ଆଇନ ଅନୁଯାୟୀ ସମସ୍ତ ଯାନି ଯାତ୍ରା ଉପରେ ରୋକ ଲାଗାଯାଇଛି । ଆଇନିକୁ ଅମାନ୍ୟ କଲେ ସେମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସତ୍ୟବାଦୀର ସମସ୍ତ ଜନସାଧାରଣଙ୍କୁ ସୂଚନା ଦିଆଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତ