କନକପୁର ପଞ୍ଚାୟତରେ ୮ କରୋନା ପଜିଟିଭ ପରେ ୭୨ଘଣ୍ଟା ସଡଡାଉନ ଘୋଷଣା
ଜଗତସିଂହପୁର, - ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନକପୁର ପଞ୍ଚାୟତର ତରାପୁର ଓ କଣ୍ଟାପଡା ଗ୍ରାମରେ ୮ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପଜିଟିଭ ଚିହ୍ନଟ ପରେ ଏହି ଦୁଇ ଗ୍ରାମକୁ ପଞ୍ଚାୟତ ସରପଞ୍ଚ ନମିତା ରାଉଳ ୭୨ ଘଣ୍ଟା ସଡଡାଉନ ଘୋଷଣା କରିଛନ୍ତି। ପତ୍ର ସଂଖ୍ୟା ୩୫ରେ ଆସନ୍ତା ୩୦ ତାରିଖ ସକାଳ ୭ ଘଟିକା ପର୍ଯ୍ୟନ୍ତ ସଡଡାଉନ ସମ୍ପର୍କରେ ପଞ୍ଚାୟତ ଅଧିବାସୀ ମାନଙ୍କୁ ଜଣାଇଛନ୍ତି। ସଂପୃକ୍ତ ଗ୍ରାମର ସୁରକ୍ଷା ଓ ଗୋଷ୍ଠି ସଂକ୍ରମଣ ରୋକିବା ନିମନ୍ତେ ଏହି ସଡଡାଉନ ଘୋଷଣା ହୋଇଥିବା ଏଥିରେ ଉଲ୍ଲେଖ କରାଯାଇଛି। ଏହି ସମୟ ମଧ୍ୟରେ ଜରୁରୀ କାର୍ଯ୍ୟ ବ୍ୟତିତ ବାହାରକୁ ବାହାରିବା ଓ ଚଳ ପ୍ରଚକୁ ବନ୍ଦ କରାଯାଇଛି। ଅତ୍ୟାବସ୍ୟକିୟ ସାମଗ୍ରୀ ଦୋକାନ ସମେତ ଅନ୍ୟ ଦୋକାନ ବନ୍ଦ ରଖା ଯିବାକୁ ଘୋଷଣା କରାଯାଇଥିବା ଜଣାପଡିଛି।
ଜଗତସିଂହପୁର ରୁ ପ୍ରଳୟ କୁମାର ମହାପାତ୍ର