Breaking News

ଡେଲାଙ୍ଗରେ ୧୦୪ଜଣ କରୋନା ପଜିଟିିଭଙ୍କ ମଧ୍ୟରୁ ୮୯ ଜଣ ସୁସ୍ଥ

 ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକରେ ଅଗଷ୍ଟ ମାସ ୨୨ ତାରିଖ ସୁଦ୍ଧା ୧୦୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ଡେଲାଙ୍ଗରେ ୨୩୦୫ ଜଣଙ୍କ ଠାରୁ  ସ୍ୱାବ ସଂଗ୍ରହ କରାଯାଇଥିଲା । ସେଥି ମଧ୍ୟରୁ ୧୨୨୧ଜଣ ଆଣ୍ଟଜେନ ଟେଷ୍ଟ କରିଥିବା ବେଳେ ୯ ଜଣ ପଜିଟିଭି ବାହାରିଛନ୍ତି । ଅଭୟମୁଖୀ ଗ୍ରାମ ପଞ୍‌ୁାୟତରୁ ୮ ଜଣ ହୋଇଥିବା ବେଳେ ଗୋଡିପୁଟ ମାଟିଆପଡା ଗ୍ରାମ ପଞ୍ଚାୟତରୁ ଜଣେ ପଜିଟିଭ ଚିହ୍ନଟ ହୋଇଥିଲେ । ଲ୍ୟାବରେ ୫୮୮ ଜଣ ସ୍ୱାବ ଟେଷ୍ଟ ହୋଇଥିବା ବେଳେ ୪୯୬ ଜଣ ପୁରୁଷ ମହିଳା ବିଭିନ୍ନ ସରକାରୀ ଓ ବେସରକାରୀ ମେଡିକାଲରେ କରୋନା ଟେ୍‌ଷ୍‌ଟ କରିଥିବା ଡେଲାଙ୍ଗ ମେଡିକାଲ ବି.ପି. ଏମ ଦିଲିପ କୁମାର ପରିଡାଙ୍କ ଠାରୁ ସୁଚନା ମିଳିଛିି ।

  ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts