Breaking News

ଖୋର୍ଦ୍ଧା ଜିଲ୍ଲାରେ ଗଠନ ହେଲା କରୋନା ସେବକ କାର୍ଯ୍ୟକ୍ରମ




 ଖୋର୍ଦ୍ଧା----ଆଜି ଖୋର୍ଦ୍ଧା ବିଧାୟକଙ୍କ ଉପସ୍ଥିତିରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ନଅଟି ବ୍ଲକ ଦୁଇଟି ପୌରପରିସଦ ଓ ଗୋଟିଏ ବିଜ୍ଞାପିତ ଅଞ୍ଚଳର ସମସ୍ତ ବିଡ଼ିଓ ଓ ନିର୍ବାହୀ ଅଧିକାରୀ, ଉପଜିଲ୍ଲାପାଳ ଏବଂ କରୋନାରୁ ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କୁ ନେଇ ଭିଡ଼ିଓ କନ୍ଫୋରେନ୍ସ ଜରିଆରେ ଆଲୋଚନା କରାଯାଇଥିଲା ।  ଜିଲ୍ଲା ସ୍ତରରେ କରୋନା ସେବକ ଗଠନ କରାଗଲା । ଏହାପରେ ଏହି ସେବକମାନେ ସମସ୍ତ ବ୍ଲକ ,ଏନଏସି ଓ ପୌରପରିସଦର ୱାର୍ଡ,ଗାଁ ମାନଙ୍କରେ ବୁଲି ସଚେତନତା ସୃଷ୍ଟି କରିବେ । ଏହାଦ୍ୱାରା କରୋନା ମୁକାବିଲା ପାଇଁ ବେସ ସହାୟକ ହେବ । ସେବାସହିତ ଲୋକମାନଙ୍କ ପାଖରେ ଉପଯୁକ୍ତ ବାର୍ତ୍ତା ପହଞ୍ଚିବ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।
ଇଫତେଖାର ଅଲ୍ଲୀ ଙ୍କ ରିପୋର୍ଟ

Blog Archive

Popular Posts