ପୁରୀ ବଗଲା ଧର୍ମଶାଳାକୁ ବିକ୍ରୟ କୁ ଡେଲାଙ୍ଗରେ ବିରୋଧ
ଡେଲାଙ୍ଗ ---- ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ପୁରୀ ରେ ଅବସ୍ଥିତ ବଗଲା ଧର୍ମଶାଳାକୁ ସରକାର କେତେକ ନ୍ୟସ୍ତ ସ୍ୱାର୍ଥ ବ୍ୟବସାୟୀଙ୍କୁ ପ୍ଲଟଙ୍ଗି କରି ବିକ୍ରି କରିଛନ୍ତି । ଏହା ବିରୁଦ୍ଧରେ ଏସୟୁସିଆଇ (କମ୍ୟୁନିଷ୍ଟ) ପକ୍ଷରୁ ତିବ୍ର ବିରୋଧ କରାଯାଇଛି । କରୋନା ମହାମାରୀ ଜନିତ ପ୍ରଶାସସନିକ କଟକଣା ଯୋଗୁ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ ପରିବର୍ତ୍ତେ ଆଜି ଦଳ ପକ୍ଷରୁ ଡେଲାଙ୍ଗ ରେଳ ଷ୍ଟେସନ ପରିସରରେ ପ୍ରତିବାଦ କରିବା ସହ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏଆଇକେକେଏମଏସ ରାଜ୍ୟ ସମ୍ପାଦକ ତଥା ଏସୟୁସିଆଇ(କମ୍ୟୁନିଷ୍ଟ)ପାର୍ଟିର ନେତା କମ୍ରେଡ୍ ରଘୁନାଥ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ପଦ୍ମ ଚରଣ ଜେନା, ତ୍ରିନାଥ ପ୍ରଧାନ,ଗୋଲଖ ବରାଳ, ଟିକୁନା ବେହେରା,ପ୍ରାଣନାଥ ତାଡ ଓ ସରିତ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ତ୍ରୁଟି ପୁର୍ଣ୍ଣ ନିଷ୍ପତି ବିରୁଧରେ ତିବ୍ର ସମାଲୋଚନା କରିଥିଲେ । ସରକାରୀ ସମ୍ପତି ବଗଲା ଧର୍ମଶାଳାକୁ କେତକେ ପ୍ରଭାବଶାଳୀ ବ୍ୟକ୍ତି ବିଶେଷଙ୍କୁ ଶାଗ ମାଛ ଦରରେ ବିକ୍ରି କରିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ବୋଲି ଶ୍ରୀ ଦାସ କହିଥିଲେ । ବଗଲା ଧର୍ମଶାଳାକୁ ବାହାରୁ ଆସୁଥିବା ଜଗନ୍ନାଥ ପ୍ରେମୀ ତଥା ଗରିବ ଭକ୍ତମାନଙ୍କ ପ୍ରତି କୁଠାରଘାତ ବୋଲି କହିଥିଲେ । ଏହି ଧର୍ମଶାଳାକୁ ବିକ୍ରି କରିବାଦ୍ୱାରା ଗରିବ ମାନଙ୍କ ସ୍ୱାର୍ଥ ବିରୁଧରେ ଏକ ଚରମ ଅବହେଳା ବୋଲି କହିବା ସହ କେନ୍ଦ୍ରର ବିଜେପି ସରକାର ଓ ରାଜ୍ୟ ନେତୃତ୍ୱାଧୀନ ବିଜେଡି ସରକାରଙ୍କ ଅପାରଗତା ର ଚରମ ନିଦର୍ଶନ ବୋଲି ସେ କହିଥିଲେ । ଏପରିକି ଖଣି,ଶିଳ୍ପ,ଜଳ,ରେଳ,ବିମାନ ଆଦି ସଂସ୍ଥାକୁ ଘରୋଇ କରଣ କରିବାର ତ୍ରୁଟିପୁର୍ଣ୍ଣ ନିଷ୍ପତି ସାଙ୍ଗକୁ ବଗଲା ଧର୍ମଶାଳା ବିକ୍ରି କରିବା ଆଉ ଏକ ଜନମାରଣା ନୀତି ବୋଲି ଶ୍ରୀଦାଶ ମତବ୍ୟକ୍ତ କରିଥିଲେ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି