Breaking News

୧୫ ବସ୍ତା ଭାଙ୍ଗ ଜବତ


 ସାକ୍ଷୀଗୋପାଳ----ସତ୍ୟବାଦୀ ଥାନା ରାତ୍ର କାଳୀନ ପେଟ୍ରୋଲିଂ କରୁଥିବା ସମୟରେ ଏକ ଡାଲା ଅଟୋ ପାଲ ଘୋଡାଯାଇ ଦ୍ରୁତ ଗତିରେ ପୁରୀ ଅଭିମୁଖେ ଯାଉଥିଲା । ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କର ସନ୍ଦେହ ହେବାରୁ ଅଟୋ ଗାଡିକୁ ଅଟାକାଇ ଯାଞ୍ଚ କରିଥିଲେ । ଉକ୍ତ ଅଟୋରେ ୧୫ ବସ୍ତା ତଥା ୪ କୁଇଣ୍ଟାଲ ୩୨କେଜି ୬ଶହ ଗ୍ରାମ ଭାଙ୍ଗପତି ଥିବାର ଜଣାପଡିଥିଲା । ଅଟୋନଂ ଓଡି. ୧୩. ଜେ. ୯୬୪୪ ।  ସତ୍ୟବାଦୀ ଥାନା କେସନଂ ୨୯୯/୨୦ରେ ଏକ କେସରୁଜ କରି ଅଟୋ ଡ୍ରାଇଭର ସଦାଶିବ ( ଶିବ) ସାହୁ ୩୫ ଓ ତାଙ୍କ ଭାଇ ଦେବେନ୍ଦ୍ର ସାହୁ ( ୩୨)ଙ୍କ ସହିତ ପୁରୀର ଭାଙ୍ଗ ବେପାରୀ ଅଭୟ କୁମାର ରାଉତ(୪୫)ଙ୍କୁ ସତ୍ୟବାଦୀ ପୋଲିସ ଗିରଫ କରି କୋର୍ଟକୁ ଚାଲାଣ କରିଥିବା ଥାନା ଆଇଆଇସି ଶ୍ରୀ ପାତ୍ରଙ୍କ ଠାରୁ ସୁଚନା ମିଳିଛି ।

 ସାକ୍ଷୀଗୋପାଳ ରୁ ପୂର୍ଣ୍ଣାନନ୍ଦ ତ୍ରିପାଠୀ 

Blog Archive

Popular Posts