ବର୍ଷା ଓ ପବନ ଯୋଗୁଁ ମାଲବାହୀ ଟ୍ରକ ଦୁର୍ଘଟଣା
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀଗୋପାଳ ନିଉଜ୍:-ବରଗଡ଼ ଜିଲ୍ଲା ଗୋଡ଼ଭଗା-ତୁରୁମ ୫୪ନମ୍ବର ରାଜ୍ୟ ରାଜପଥରେ ଥିବା ବୈପୁର ଝାଉଁଯୋର ପୋଲ ଉପରେ ଏକ ମାଲବାହୀ ଟ୍ରକ ଦୁର୍ଘଟଣା ଗ୍ରସ୍ଥ ହୋଇଛି।ମାଲବାହୀ ଗାଡିଟି କୁଣ୍ଡା ନେଇ ତୁରୁମ ପଟରୁ ଗୋଡ଼ଭଗା ପଟକୁ ଆସୁଥିବାବେଳେ ପବନ ଓ ବର୍ଷା ଯୋଗୁଁ ପୋଲର ବାଡ଼ ଦେହରେ ଟ୍ରକ ବାଡେଇ ହୋଇ ଟ୍ରକଟି ରହିଯାଇଥିବାବେଳେ ଅଳ୍ପକେ ବର୍ତ୍ତି ଯାଇଥିଲେ ଡ୍ରାଇଭର ଓ ହେଲ୍ପର। ଏହି ରାଜପଥଟି ବ୍ୟସ୍ତ ବହୁଳ ହୋଇଥିବାରୁ ତୁରନ୍ତ ଏହି ପୋଲ ତିଆରି କରିବା ପାଇଁ ଅଞ୍ଚଳବାସୀଙ୍କ ଦାବି ହେଉଛି । ଘଟଣା ସ୍ଥଳକୁ ସ୍ଥାନୀୟ ଋଷୁଡା ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍...