Breaking News

ଡେଲାଙ୍ଗରେ ସାମ୍ଭବ୍ୟ ବନ୍ୟା ଆଶଙ୍କାକରି ବିଭାଗୀୟ ଅଧିକାରୀ ନଦୀ ବନ୍ଧର ସ୍ଥିତି ପରଖିଲେ


 ଡେଲାଙ୍ଗ ------ ହିରାକୁଦର ଉପର ମୁଣ୍ଡରେ ଲଘୁଚାପ ଜନୀତ ଲଗାଣ ବର୍ଷା ହେବାରୁ ହିରାକୁଦ କତୃପକ୍ଷ ଡ୍ୟାମର ସୁରକ୍ଷା ପାଇଁ ୩୦ ଗୋଟି ଗେଟ ଦେଇ ଡ୍ୟାମରୁ ବନ୍ୟା ଜଳ ନିଷ୍କାସନ ହୋଉଛି । ଏଥିଯୋଗୁ ଁ ମହାନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି । ପୁରୀଜିଲ୍ଲାର ବିଭିନ୍ନ ନଦୀରେ ଏହି ବନ୍ୟାଜଳ ପ୍ରବେଶ କରିବ ଯୋଗୁ ନଦୀ ଗୁଡିକ ଦୁଇ କୂଳ ଦେଇ ଜଳ ପ୍ରବାହିତ ହେଉଛି ।  ସାମ୍ଭାବ୍ୟ ବନ୍ୟା ଆଶଙ୍କା କୁ ଲକ୍ଷ୍ୟରଖି ଆଜି ଡେଲାଙ୍ଗ ଉପଖଣ୍ଡ ଜଳସେଚନ ବିଭାଗ ପକ୍ଷରୁ ଦୟା ନଦୀ ବନ୍ଧର ସ୍ଥିତି ଅନୁଧ୍ୟାନ କରିଥିବା ଦେଖିବାକୁ ମିଳିଛି । ଜଳସେଚନ ବିଭାଗର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ସାହୁ,ସହକାରୀ ଯନ୍ତ୍ରୀ ମକର ବେହେରା ଓ ତନୁଜ କିଶୋର ରାଉତ ପ୍ରମୁଖ ଡେଲାଙ୍ଗ ବ୍ଲକଅଧିନସ୍ଥ ସିଂହବ୍ରହ୍ମପୁର     ନିପୁର,ବସନ୍ତପୁର,କୁମୁଡାଳ,ଗଡବେଗୁନିଆପଡା,ଘୋରଡିଆ, ବାଲିହୁଙ୍କା,ଶିଶୁଆପଡା, ନୁଆହାଟ, ତ୍ରିଲୋଚନପୁର,ନୁଆଗାଁ  ର କଣାସ ପର୍ଯ୍ୟନ୍ତ ନଦୀ ବନ୍ଧର ସ୍ଥିତି ଅନୁଧ୍ୟାନ କରିଥିଲେ ।  ସାମ୍ଭାବ୍ୟ ବନ୍ୟାକୁ ଲକ୍ଷ୍ୟ ରଖି ଚିହ୍ନିତ ଦୁର୍ବଳ ନଦୀ ବନ୍ଧ ପାଇଁ ବହ୍ଳା, ବାଲି ବସ୍ତା ମହଜୁଦ କରି ପ୍ରସ୍ତୁତ ରହିଥିବା ବିଭାଗୀୟ ସହକାରୀ ଯନ୍ତ୍ରୀ ଶ୍ରୀ ବେହେରାଙ୍କ ଠାରୁ ସୁଚନା ମିଳିଛି । ରାତିରେ ଜଳସେଚନ ବିଭାଗର ସମସ୍ତ କର୍ମଚାରୀଙ୍କ ସହିତ ଅଧିକାରୀ ମାନେ ରାତ୍ର କାଳୀନ ପ୍ରୋଟୋଲିଂ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ବ୍ଳକ ସ୍ତରୀୟ ଏକ କମିଟି ଗଠନ କରାଯାଇଥିବା ଜଣାପଡିଛି । 

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts