Breaking News

ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ମିଶାଇ ସତ୍ୟବାଦୀରେ ୧୨ ଜଣ କରୋନା ପଜିଟିଭ

 ସାକ୍ଷୀଗୋପାଳ------ ସତ୍ୟବାଦୀରେ ମହାମାରି କରୋନା ପ୍ରତିଦିନ ତାର କାୟା ବିସ୍ତାର କରି ରଖିଛି । ଶୁକ୍ରବାର ୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଏମାନଙ୍କ ମଧ୍ୟରୁ  ବିଶ୍ୱନାଥପୁର ଗ୍ରାମ ପଞ୍ଚାୟତର ପାଣିଭଣ୍ଡାର ଗ୍ରାମର ଏକ ପରିବାର ସ୍ୱାମୀ, ସ୍ତୀ, ପୁଅ ଓ ଝିଅ ଚାରିଜଣ କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି । ସେହିପରି ବୀରରାମଚନ୍ଦ୍ରପୁର ଗ୍ରାମର ଜଣେ ପୁରୁଷ, ଜୟପୁର ଗ୍ରାମ ପଞ୍ଚାୟତର ମହାମାୟାସାହିକୁ ୩ଜଣ ବହାର ଲୋକ କାମ କରିବାକୁ ଆସିଥିବା ବେଳେ ସେମାନେ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦୁଗଲ ଗ୍ରାମ ପଞ୍ଚାୟତର ବୁଢ଼ିମରା ଗ୍ରାମର ଜଣେ ମହିଳା, ସାଣ୍ଢରା ଗ୍ରାମର ଜଣେ ଯୁବତୀ ପୁରୀରେ ରହି ପାଠ ପଢ଼ୁଥିବା ବେଳେ ସତ୍ୟବାଦୀରେ ସ୍ୱାବ ଷ୍ଟେଟ କରିଥିଲେ ତାଙ୍କର ପଜିଟିଭି ଆସିଛି । ସେହିପରି ପିପିଲି ଅଞ୍ଚଳର ଜଣେ ପୁରୁଷ ସ୍ୱାବ ଷ୍ଟେଟ କରିଥିଲେ ତାଙ୍କର ମଧ୍ୟ ପଜିଟିଭି ଆସିଥିବା ଜଣାପଡିଛି । ଅନ୍ୟ ପକ୍ଷେ ଅଳଗୁମ ମେଡିକାଲର ଜଣେ ମହିଳା ସ୍ୱାସ୍ଥ୍ୟ କର୍ମୀ କରୋନା ପଜିଟିଭି ଚିହ୍ନଟ ହୋଇଥିବା ଜଣାପଡିଛି । ଏମାନଙ୍କୁ ସମସ୍ତଙ୍କୁ ହୋମ କରେଣ୍ଟାଇନରେ ରଖାଯାଇଥିବା ସତ୍ୟବାଦୀ ବିଡିଓ ସରୋଜ କୁମାର ଦତ୍ତଙ୍କ ଠାରୁ ପ୍ରକାଶ ।

  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts