ସତ୍ୟବାଦୀରେ ରକ୍ତ ଦାନ ଶିବିର ଅନୁଷ୍ଠିତ
ସାକ୍ଷୀଗୋପାଳ ---- ଶ୍ରୀରାଧା ଜନ୍ମ ମହୋତ୍ସବ ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସାକ୍ଷୀଗୋପାଳ ମନ୍ଦିର ନିକଟ ପାନ୍ଥଶାଳା ପରିସରରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଆୟୋଜନ କରିଥିଲେ ରାଧାଷ୍ଠମୀ କମିଟି ଓ କ୍ଳବ ସତ୍ୟବାଦୀ । ସମସ୍ତ ସହଯୋଗ କରିଥିଲେ ଜନସେବା । ଏହି ରକ୍ତଦାନ ଶିବିରକୁ ସତ୍ୟବାଦୀ ବିଡିଓ ସରୋଜ କୁମାର ଦତ୍ତଉଦ୍ଘାଟନ କରିଥିବା ବେଳେ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ପ୍ରଥମେ ରକ୍ତ ଦାନ କରିଥିଲେ । ମୋଟ ୨୨ଟି ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଭୁବେନେଶ୍ୱର ବି.ଏମ. ସି ଓଡିଶା ରକ୍ତ ଭଣ୍ଡାରର ଟିମ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜନସେବା ସୋସିଆଲ ମିଡିଆର ମୁଖ୍ୟ ପରିଚାଳକ ଦେବ ଲୋଭାନ, ଅରୁଣ ଜେନା, ଦେବାଶିଷ ମିଶ୍ର ଓ ରାଧାଷ୍ଟମୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ଉପସ୍ଥିତି ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି