Breaking News

ସତ୍ୟବାଦୀର ଆୟୁବେର୍ଦିକ ଘରୋଇ ଡାକ୍ତର ବଦ୍ରି ରଥଙ୍କର ପରଲୋକ

 ସାକ୍ଷୀଗୋପାଳ ------  ସତ୍ୟବାଦୀ ବ୍ଳକର ବିପଦ ବନ୍ଧୁ ଫାର୍ମାଷିର ମାଲିକ ତଥା ବଦ୍ରିନାଥ ରାଥ ( ୮୬)ଙ୍କର ହୃଦଘାତରେ ମୃତ୍ୟୁ ହୋଇଯାଇଛି ।  ଆୟୁବେର୍ଦିକ ଔଷଧ ଦେଇ ସତ୍ୟବାଦୀ, କଣାସ, ପିପିଲି, ପୁରୀ ସଦର, ଗୋପ କାକଟପୁର ଆଦି ଅଞ୍ଚଳର ବଦ୍ରି  ରଥ( ଭାଇନା)  ନାମରେ ବେଶ ପରିଚିତ ଥିଲେ । ସାକ୍ଷୀଗୋପାଳ ବଡ ବଜାର  ମଉଁନେଇ ମନ୍ଦିର ନିକଟରେ ତାଙ୍କର ବାସ ଭବନ ସହିତ ବିପଦ ବନ୍ଦୁ ମେଡିସିନ ଦେକାନ ରହିଛି ।  ସେ ଜଣେ ପରୋପକାରୀ, ସଚ୍ଚୋଟ, ଧର୍ମପରାୟଣ, ମିଷ୍ଠାଭାସି, ସଂଗଠକଭାବେ ବେଶ ଜଣାଶୁଣାଥିଲେ । ତାଙ୍କର ମୃତ୍ୟୁ ଶର୍ଯ୍ୟା ନିକଟରେ ବଡପୁଅ ସତ୍ୟ ପ୍ରସାଦ ରଥ, ଶିବ ପ୍ରସାଦ ରଥ, ସୂର୍ଯ୍ୟ ପ୍ରସାଦ ରଥଙ୍କ ସହିତ  ତିନି ବୋହୁ , ଝିଆ ଜୋଇଁ , ନାତି ନାତୁଣି ସହିତ ବନ୍ଦୁ ପରିବାର ବର୍ଗ ଉପସ୍ଥିତ ରହିଥିଲେ । ଏହି ଖବର ପ୍ରସାରିତ ହେବା ପରେ ସାକ୍ଷୀଗୋପାଳ ବଡ ବଜାର ଠାରେ ଥିବା ତାଙ୍କ ନିଜସ୍ୱ ବାସଭାବନରେ ବହୁ  ବ୍ୟକ୍ତି ବିଶେଷ ମାନେ ଶେଷ ଦର୍ଶନ କରିଥିଲେ । ପୁରୀ ଦ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଯାଇଥିଲା । ବଡପୁଅ ସତ୍ୟପ୍ରସାଦ ମୁଖାଗ୍ନି ଦେଇଥିଲେ । 


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts