ଗବକୁଣ୍ଡ ବଜାରରେ ଖୋଲିଲା ଏଟିଏମ
ସାକ୍ଷୀଗୋପାଳ ----- ଦୀର୍ଘଦିନ ଦାବି ପରେ ଗବକୁଣ୍ଡ ବଜାରରେ ଏଟିଏମ କାଉଣ୍ଟର ଖୋଲିଛି । ଏଠାରେ ସ୍ଥାନୀୟ ଲୋକମାନେ ସ୍ଥାନୀୟ ବିଧାୟକଙ୍କ ସହିତ ଜିଲ୍ଲା ପ୍ରଶାସନକୁ ଏଠାରେ ଏକ ଏଟିଏମ କାଉଣ୍ଟର ଖୋଲିବା ପାଇଁ ଦାବି କରି ଆସୁଥିଲେ । ରାୟଖଣ୍ଡୀ ଗ୍ରାମ ପଞ୍ଚାୟତର ଲୋକମାନେ ପ୍ରାୟତ ୧୫ କିଲୋମିଟର ସାକ୍ଷୀଗୋପାଳ, ବାଲିପୁଟ ନଚେତ ବଳଙ୍ଗା ଗଲେ ଏଟିଏମ ସେବା ପାଉଥିଲେ । ଏପରିକି ଦିନେ ଦିନେ ଏତେ ବାଟ ଯିବା ପରେ ଏଟିଏମରେ ଟଙ୍କା ନ ଥିବାରୁ ଫେରିବାକୁ ପଡିଥିଲା । ଏହାକୁ ଲକ୍ଷ୍ୟ କରି ପବିତ୍ର ଗଣେଶ ପୂଜାରେ ଗବକୁଣ୍ଡ ବଜାରରେ ଥିବା ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ଥିବା ଏକ ଗୃହରେ ସରକାରୀ ସ୍ୱୀକୃତି ପ୍ରାପ୍ତ ହିତାଚି କମ୍ପାନୀ ତରଫରୁ ଏକ ଏଟିଏମ କାଉଣ୍ଟର ଖୋଲିଛି । ଏହି କାଉଣ୍ଟରକୁ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରାୟଖଣ୍ଡୀ ଗ୍ରାମ ପଞ୍ଚାୟତର ସରପଞ୍ଚ ବାସନ୍ତୀ ବେହେରା, ସାମାଜିକ କର୍ମୀ ଶଙ୍କର ପ୍ରଧାନଙ୍କ ସହିତ ଅନ୍ୟ ମାନେ ଉପସ୍ଥିତ ରହିଥିଲେ । ଏମଟି ସକାଳ-୭ଟା ଠାରୁ ରାତ୍ର ୭ ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି