Breaking News

ଭାର୍ଗବୀ ନଦୀବନ୍ଧ ପରିଦର୍ଶନ କଲେ ଜିଲାପାଳ; ରଥପୁରୁଷୋତମ ପୁର, ଦକ୍ଷିଣସାହି ନିକଟରେ ଦୁଇଟି ଗଳିଆ ; ଲୋକମାନେ ଭୟଭୀତ


 ସାକ୍ଷୀଗୋପାଳ ---- ଛତିଶଗଡରେ  ଲଘୁଚାପ ଜନିତ ବର୍ଷା ହେବା ଯୋଗୁ ହିରାକୁଦ  ରେ ବନ୍ୟାଜଳ ନିଷ୍କାସନ ହୋଉଛି । ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ହାଇଆଲଟ ଜାରି କରାଯାଇଛି । ଭାର୍ଗବୀ ନଦୀ ବନ୍ଧର ସତ୍ୟବାଦୀ ଜଳସେଚନ ବିଭାଗ ଅଧିନରେ ଥିବା ରଥପୁରୁଷୋତମ ପୁର, ଦକ୍ଷିଣସାହି ନିକଟରେ ଦୁଇଟି ଗଳିଆ ପଡିଛି । ଯାହାକୁ ନେଇ ସ୍ଥାନୀୟ ଗ୍ରାମାବସୀ ଆତଙ୍କିତ ।  ପୁରୀ ଜିଲାପାଳ ବଳୱନ୍ତ ସିଂ ସତ୍ୟବାଦୀ ଜଳ ସେଚନ ବିଭାଗ ଅଧୀନରେ ଥିବା ରଥପୁରୁଷୋତ୍ତପୁର, ଆନନ୍ଦପୁର, ବଳପୁର ଆଦି ନଦୀ ବନ୍ଧ ଗୁଡିକ ବୁଲିକି ଦେଖିବା ସହ ଜଳସେଚନ ବିଭାଗ ପକ୍ଷରୁ ବାଲିବସ୍ତା କରାଯାଉଥିବା ସ୍ଥାନ ମଧ୍ୟ ବୁଲିକି ଦେଖିଛନ୍ତି । ସମସ୍ତ କର୍ମଚାରୀ  ସଜାଗ ରହିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେହିପିର ଚିନ୍ମୟ ରଞ୍ଜନ ରାଉତ କେନ୍ଦ୍ରୀୟ ଜଳସେଚନ, ଭୁବନେଶ୍ୱର ଅଧିକ୍ଷଣଯନ୍ତ୍ରୀ ସତ୍ୟବାଦୀ ଓ ବଳଙ୍ଗା ଜଳସେଚନ ଡିଭିଜନର ଭାର୍ଗବୀ ନଦୀ ବନ୍ଧ ବୁଲୁକି ଦେଖିଥଲେ । ବିଶେଷ କରି  ପୁରୀ ଜିଲ୍ଲାରେ ପ୍ରବାହିତ ଭାର୍ଗବୀ ନଦୀର ଜଳସ୍ତର ଆଜି ରାତିରୁ ବୃଦ୍ଧି ପାଇବ ବୋଲି ସତ୍ୟବାଦୀ ଜଳ ସେଚନ ବିଭାଗର ନିର୍ବାହୀଯନ୍ତ୍ରୀ ରଘୁନାଥ ସ୍ୱାଇଁଙ୍କ ଠାରୁ ସୁଚନା ମିଳିଛି ।  କଟକ ମୁଣ୍ଡଳି ଦେଇ ୯ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ମହାନଦୀରେ ପ୍ରବାହିତ ହୋଉଛି । ଆଜି ରାତିରେ  ବଳଙ୍ଗା ଠାରେଭାର୍ଗବୀ ନଦୀରେ ଏହି ବନ୍ୟା ଜଳ ପ୍ରବାହିତ ହେବାର ଆଶଙ୍କା କରାଯାଇଛି । ବର୍ତ୍ତମାନ ବଳଙ୍ଗା ଠାରେ ଜଳସ୍ତର ୧୧.୨୬ ମିଟର ରହିଛି । ଏଠାରେ ବିପଦ ସଙ୍କେତ ୧୦.୪୨ । ଏହାକୁ ନଜର କରି ପୁରୀ ଜିଲ୍ଲା ପାଇଁ ଏକ ସ୍ୱତନ୍ତ ଟେକେନିକାଲ ଟିମ ଗଠନ କରାଯାଇଛି ।  ଏଥିରେ ଭୁବନେଶ୍ୱର ମୁଖ୍ୟଯନ୍ତ୍ରୀ ଲଢ଼ୁ କିଶୋର ସାବତ, ଜଳ ସମ୍ପଦ ବିଭାଗର ଅତିରିକ୍ତ ସଚ୍ଚିବ ଦୀପ୍ତି ରଞ୍ଜନ ପଣ୍ଡା, ଇଂ ମହେନ୍ଦ୍ର ଭୂୟାଁ  ଓ ବିଜୟ କୁମାର ସମାଲଙ୍କ ସହିତ ସତ୍ୟବାଦୀ ନିର୍ବାହୀଯନ୍ତ୍ରୀ ଶ୍ରୀ ସ୍ୱାଇଁ ନଦୀ ବନ୍ଧ ବୁଲିକି ଦେଖିଥଲେ । ୧୦ ହଜାର ବାଲିବସ୍ତା ମହଜୁଦ ରଖିବା ପାଇଁ ଏହି ଟେକେନିକାଲ ଟିମ ସତ୍ୟବାଦୀ ଜଳ ସମ୍ପଦ ବିଭାଗ  ନିର୍ବାହୀଯନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କୁ ପରାମର୍ଶ ଦେଇଥିବା ଜଣାପଡିଛି । ବହ୍ଲା, ବାଲିବସ୍ତା ଓ ପଲଥିନି ଆଦି ବିପଦ ଚିହ୍ନିତ ସ୍ଥାନ ଗୁଡିକ ନିକଟରେ ଜମା କରାଯାଇଥିବା ଅଧିକାରୀ ମାନଙ୍କ ଠାରୁ ସୁଚନା ମିଳିଛି । ସେହିପରି ସାକ୍ଷୀଗୋପାଳ ଜଳ ସମ୍ପଦ ବିଭାଗ ପକ୍ଷରୁ ରଥପୁରୁଷୋତମ ପୁର, ଦକ୍ଷିଣସାହି ନିକଟରେ ଦୁଇଟି ଗଳିଆ ପଡିଛି । ବିଭାଗ ପକ୍ଷରୁ ସେଠାରେ ବାଲିବସ୍ତା ରିଙ୍ଗ କରାଯାଇ ବନ୍ଧକୁ ସୁରକ୍ଷିତ ରଖାଯାଇଛି । ସେପରି ନଦୀ ବନ୍ଧ ପ୍ରତି ବିପଦ ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ବଳଙ୍ଗା ଜଳ ସେଚନ ଡିଭିଜନର ଉପଖଣ୍ଡ ଅଧିକାରୀ ରାକେଶ କୁମାର ମଲିକ ତାଙ୍କର ଜେଇ ଓ କର୍ମଚାରୀଙ୍କୁ ସାଙ୍ଗରେ ଧରି   ନଦୀର ଉଭୟ ପାଶ୍ୱର୍ ବନ୍ଧକୁ ୨୪ ଘଣ୍ଟିଆ ପାଟ୍ରୋଲିଂ ଜାରି ରହିଛି । ସବୁ ପ୍ରକାର ପରିସ୍ଥିତର ମୁକାବିଲା କରାଯିବାକୁ ପ୍ରସ୍ତୁତ ରହିବାକୁ ବିଭାଗୀୟ ଅଧିକ୍ଷଣଯନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଶହ ଶହ ଲୋକମାନେ ନଦୀ ବନ୍ଧ ଓ ବ୍ରିଜ ଉପରେ ଠିଆ ହୋଇ ବନ୍ୟା ପାଣି ଦେଖୁଛନ୍ତି । ଅନ୍ୟ ପକ୍ଷେ ଗବକୁଣ୍ଡ କଟ ଦେଇ ସମୁଦ୍ରକୁ ଭାର୍ଗବୀ ନଦୀର ଅଧାରୁ ଅଧିକ ପାଣି ନିଷ୍କାସନ ହେଉଛି । ଯାହା ଫଳରେକି ଭାଗ୍ରବୀ ନଦୀବନ୍ଧ ସୁରକ୍ଷିତ ରହିଛି ବୋଲି ବୁଦ୍ଧିଜିବୀ ମାନେ କହନ୍ତି । ଅନ୍ୟ ପକ୍ଷେ ଆଜି ରାତିରେ ଭାର୍ଗବୀ ବଦୀ ବନ୍ଧ ପରୀକ୍ଷା ଦେବ ବୋଲି ସ୍ଥାନୀୟ ଲୋକମାନେ ଆଲେଚନା କରୁଥିବା ଶୁଣିବାକୁ ମିଳିଛି ।    

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts