-ପୋଖରୀରେ ଗାଧୋଇବାକୁ ଯାଇ ଯୁବକଙ୍କ ମୃତ୍ୟୁ
ଜଗତସିଂହପୁର----ଏଭଳି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ଅଧିନ ବିଶ୍ବାଳି ପଞ୍ଚାୟତର ବିଶ୍ବାଳି ଗ୍ରାମରେ । ସୂଚନା ମୁତାବକ ଆଜି ସକାଳ ସମୟରେ କୈଳାସ ଦାସଙ୍କ ପୁଅ ସୁନିଲି ଦାସ ବୟସ ୩୨ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଅଥଳ ଜଳରେ ବୁଡି ତାଙ୍କର ମୃତ୍ୟୁ ହୋଇଛି ବୋଲି ଜଣାପଡ଼ିଛି । ତେବେ ପ୍ରତିଦିନ ଭଳି ଗାଧୋଇବା ପାଇଁ ପୋଖରୀକୁ ଯାଇଥିବା ଭଳି ଆଜି ମଧ୍ୟ ସେହି ପୋଖରୀକୁ ସୁନୀଲ ଗାଧୋଇବାକୁ ଯାଇଥିଲେ । ହେଲେ ଲଗାଣ ବର୍ଷା ଯୋଗୁଁ ଚାରି ଆଡ଼େ ଜଳ ବୁଡି ରହିଥିବାରୁ ସୁନୀଲଙ୍କର ଗୋଡ଼ ଖସିଯିବା ସହିତ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି। ବର୍ତ୍ତମାନ ଯୁବକଙ୍କ ମୃତ୍ୟୁକୁ ନେଇ ବିଶ୍ୱାଳି ପଞ୍ଚାୟତରେ ଶୋକର ଲହରୀ ଖେଳିଯାଇଛି।
ଜଗତସିଂହପୁର ରୁ ପ୍ରଳୟ କୁମାର ମହାପାତ୍ର