ଉଚ୍ଚ ଶିକ୍ଷା ପାଇଁ ସହାୟତାର ହାତ ବଢ଼ାଇଲେ ଫିରିଙ୍ଗିଆ ଥାନା ଆରକ୍ଷୀ ଅଧିକାରୀ.
କନ୍ଧମାଳ---- ଫିରିଙ୍ଗିଆ ବ୍ଲକ ସଳାଗୁଡା ପଞ୍ଚାୟତ ର ନେଡିପଦର ଗ୍ରାମ ଏକ ଦୁର୍ଗମ ଉପାନ୍ତ ଅଞ୍ଚଳ । ଏହି ଅଞ୍ଚଳ ରେ ଶିକ୍ଷା. ସ୍ୱାସ୍ଥ୍ୟ. ଗମନାଗମନ ଆଜିବି ଅବହେଳିତ ଅବସ୍ଥାରେ ରହିଛି ।ଟେଲି ଯୋଗାଯୋଗ ସାତ ସପନ... । ତେବେ ଯଦି ଶିକ୍ଷା କଥା କହିବା ପାଠ ପଢିବାକୁ ହେଲେ ୯ କି.ମିରୁ ଅଧିକ ଯିବାକୁ ପଡିଥାଏ । ଏହି ପରିସ୍ଥିତି ରେ ନେଡିପଦର ଗ୍ରାମର ରତ୍ନା ଡିଗାଲ ମାତା ସୁମନ୍ତି ଡିଗାଲ ଙ୍କ ଝିଅ ଶ୍ରଦ୍ଧାଞ୍ଜଳି ଼ ଫିରିଙ୍ଗିଆ ପଞ୍ଚା ୟତ ନେଡିପଦର ବାଳିକା ବିଦ୍ୟାଳୟ ରେ ଚଳିତ ଶିକ୍ଷା ବର୍ଷରେ ଦଶମ ଶ୍ରେଣୀ ରେ ସର୍ବାଧିକ୪୮୬ ମାର୍କ ରଖି ଫିରିଙ୍ଗିଆ ବ୍ଲକ ରେ ଟପର ହୋଇଛନ୍ତି । ତେବେ ଦୁର୍ଗମ ଅଞ୍ଚଳ ଏବଂ ଆର୍ଥିକ ସ୍ଥିତି ଭଲ ନ ଥିବାରୁ ଆଜି ପର୍ଯ୍ୟନ୍ତ ଫର୍ମ ପକାଇବା ସମ୍ଭବ ହୋଇ ପାରି ନାହିଁ । ଗୋଟିଏ ପଟେ ଶ୍ରଦ୍ଧାଞ୍ଜଳି ଉଚ୍ଚ ଶିକ୍ଷା ପାଇଁ ଆଗ୍ରହ ରଖି ଥିବା ବେଳେ ଅର୍ଥ ଅଭାବ ବଡ଼ ସମସ୍ୟା ଭାବେ ଛିଡା ହୋଇଛି । ବିଦ୍ୟାଳୟ ତରଫରୁ ଭଲ କଲେଜ ରେ ପଢିବା ପାଇଁ ଯୋଗାଯୋଗ କରୁଥିବା ବେଳେ ତାହା ସମ୍ଭବ ହୋଇ ପାରୁନଥିଲା । ଏହି ପରିସ୍ଥିତି ରେ ଶ୍ରଦ୍ଧାଞ୍ଜଳି ର ଉଚ୍ଚ ଶିକ୍ଷା ଓ ଅର୍ଥ ଅଭାବ ଶୁଣିଲା ପରେ ପାଠ ପଢିବା ପାଇଁ ସହାୟତା ର ହାତ ବଢ଼ାଇଛନ୍ତି ଫିରିଙ୍ଗିଆ ଥାନା ଆରକ୍ଷୀ ଅଧିକାରୀ ଦଶରଥ ହେମ୍ବ୍ରମ । ନିଜେ ଓ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରଞ୍ଜନ ପାଢୀ. ବିଜ୍ଞାନ ଶିକ୍ଷକ ଅଙ୍ଗଦ କହଁର ଓ ଫିରିଙ୍ଗିଆ ଓଡିଶା ଭିଜନ ଟିଭି ଫିରିଙ୍ଗିଆ ପ୍ରତିନିଧି ଉତ୍ତମ ଖମାରି ଙ୍କ ସହ ନେଡିପଦର ଦୁର୍ଗମ ଅଂଚଳ କିଛି ବାଟ ଗାଡ଼ିରେ ଯିବା ସହ କିଛି ବାଟ ଚାଲି ଚାଲି ଯାଇ ଶ୍ରଦ୍ଧାଞ୍ଜଳି ଙ୍କ ଘରେ ପହଂଚି ଦଶ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ପିତା. ମାତା ଓ ପରିବାର ଲୋକଙ୍କୁ ପଢେଇବା କୁ ବୁଝେଇ ଛନ୍ତି । ଅନ୍ୟ ପଟେ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ଝିଅର ଉଚ୍ଚ ଶିକ୍ଷା ପାଇଁ ପିତା. ମାତା ନିର୍ବାଚିତ ସାଂସଦ ଅଚ୍ୟୁତ ସାମନ୍ତ ଏବଂ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି। ଅନ୍ୟ ପଟେ ଥାନା ଅଧିକାରୀ ଦଶରଥ ହେମ୍ବ୍ରମ ଙ୍କୁ ଉପାନ୍ତ ଅଂଚଳରେ କିଛି ଜନ ସାଧାରଣ ସାଧୁବାଦ ଜଣାଇବା ସହ ସହାୟତା ପାଇଁ ପ୍ରଶଂସା ମଧ୍ୟ କରିଛନ୍ତି ।
.