Breaking News

ସାମାଜିକ କର୍ମୀଙ୍କ ଯୋଗୁଁ ଦିବ୍ୟାଙ୍ଗ ଓ ଫୁସଫୁସ ରୋଗରେ ପୀଡିତାଙ୍କୁ ମଳିଲା ସରକାରୀ ସାହାର୍ଯ୍ୟ

 


 ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକର ଡେଲାଙ୍ଗୁ କୋଠବାଡ ଗ୍ରାମ ପଞ୍ଚାୟତର କରଣିବସ୍ତିର ଡିହସାହିର ମୂଳି ବେହେରାଙ୍କ ଝିଅ ମିନତୀ ବେହେରାଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ ଏକ ଖବର ବିଭିନ୍ନ ଖବର କାଗଜରେ ପ୍ରକାଶିତ ହୋଇଥିଲା । ଏହାପରେ ଉକ୍ତ  ଅଞ୍ଚଳର ସାମାଜିକ କର୍ମୀ ବିଶ୍ୱଜିତି ପାଢ଼ୀ ଏ ସମ୍ପର୍କରେ ତହସିଲଦାର ରାଜେନ୍ଦ୍ର ଆଚରୀଆଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ସରକାରୀ ସାହାର୍ଯ୍ୟ ପାଇବା ପାଇଁ ମିନତୀର ସମସ୍ତ କାଗଜ ପତ୍ର ଦାଖଲ କରିଥିଲେ । ଶୁକ୍ରବାର ଦିନ ପଥମ ପର୍ଯ୍ୟାୟରେ ମିନତୀର ଚିକିତ୍ସା ପାଇଁ ୨୦ ହଜାର ଟଙ୍କା ଚେକ ତହସିଲଦାରଙ୍କ ପକ୍ଷରୁ ମିନତୀଙ୍କ ବାପା ମୂଳିଙ୍କୁ  ଦିଆଯାଇଛି । ଏ ସମ୍ପର୍କରେ ମୂଳି ବେହେରା କହନ୍ତି ବିପଦ ବେଳେ ଭଗବାନ ସାଜି ବିଶ୍ୱଜିତି ପାଢ଼ୀ ଠିଆ ହୋଇଛନ୍ତି ।

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts