Breaking News

ଯୁବ କଂଗ୍ରେସ ପକ୍ଷରୁ ରାଜୀଵ ଗାନ୍ଧିଙ୍କ ୭୨ତମ ଜନ୍ମ ଜୟନ୍ତୀ ପାଲିତ

ବରଗଡ଼ରୁ ନବୀନ ଦାଶ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:-     ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଥୁଆପାଲି ଠାରେ ଯୁବ କଂଗ୍ରେସ ପକ୍ଷରୁ ଭାରତ ରତ୍ନ ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀଵ ଗାନ୍ଧୀଙ୍କ ୭୨ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଯୁବ କଂଗ୍ରେସ ପକ୍ଷରୁ ରାଜୀଵ ଗାନ୍ଧୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପରେ ବୃକ୍ଷ ରୋପଣ ଓ ଚାରା ବଣ୍ଟନ କରାଯାଇଥିଲା ।ଏହାର ନେତୃତ୍ୱରେ ଯୁବ କଂଗ୍ରେସର ଜିତେନ୍ଦ୍ରୀୟ ପୋଢ଼, ନବ ନିର୍ବାଚିତ ଜିଲ୍ଲା ଯୁବ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଇଂ ସୁଶାନ୍ତ କୁମାର ସାହୁ,ରାଜ୍ୟ ସୋସିଆଲ ମିଡ଼ିଆର ଅଭିନାଶ ପତି ଯୋଗଦେଇ ଥିବାବେଳେ ଯୁବ କଂଗ୍ରେସର ସଦସ୍ୟ ମାନଙ୍କୁ ଯୁବ ସଂଗଠନ ଉପରେ ବିଷଦ ଆଲୋଚନା ହୋଇଥିଲା। ଯୁବ କଂଗ୍ରେସର ଜିତେନ୍ଦ୍ରୀୟ ପୋଢ଼,ଭୋଳା ଜୁଆଡ଼ି,ନିମେଇ ଜୁଆଡ଼ି,ଆଶିଷ ବୁଡ଼େକ,ଲଛୀନ୍ଦ୍ର ବାଦୀ,ଶିବ ଜୁଆଡ଼ି,କିରନ୍ କୁମ୍ଭାର,ବିରୁ ବୁଡ଼େକ,ମାଖନୁ କୁମ୍ଭାର,ବିକାଶ ମହାନନ୍ଦ,ନରେଶ ପାଲ,ହେମନ୍ତ ବାରିକ,ସୁଶାନ୍ତ ପ୍ରଧାନ,ଶ୍ୟାମ ପୋଢ଼ ପ୍ରମୁଖ ଯୋଗଦେଇଥିଲେ।ପରିଶେଷରେ ଯୁବ କଂଗ୍ରେସ ର ସତ୍ୟବ୍ରତ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍.....

Blog Archive

Popular Posts