ସତ୍ୟବାଦୀରେ ୫ କରୋନା ପଜିଟିଭ ଚିହ୍ନଟ
ସାକ୍ଷୀଗୋପାଳ --------ସତ୍ୟବାଦୀ ବ୍ଳକରେ ୫ଜଣ କରୋନା ଚିହ୍ନଟ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରେ ଜଣେ ମହିଳା ହୋଇଥିବା ବେଳେ ୪ଜଣ ପୁରୁଷ ଅଛନ୍ତି । ମଧୁବନ ଗ୍ରାମ ପଞ୍ଚାୟତର ଡାହଣକୁମ୍ଭାରପଡା ଗ୍ରାମର ଜଣେ ମହିଳା ଓ ଜଣେ ପୁରଷ ପଜିଟିଭ ଚିହ୍ନଟ ହେବା ପରେ ତାଙ୍କୁ ସେମାନଙ୍କ ଘରେ ସଂଗରୋଧରେ ରଖାଯାଇଛି । ବୀରରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ସଦାନନ୍ଦପୁର ଗ୍ରାମର ଜଣେ ଓ ବୀରରାମଚନ୍ଦ୍ରପୁର ଜଣେ ପୁରୁଷ ପଜିଟିଭ ଜଣାପଡିଛି । ସେହିପରି ସାଣ୍ଢରା ଗ୍ରାମ ପଞ୍ଚାୟତର ଜଣେ ପୁରୁଷ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ଅଳଗୁମ କୋଭିଡ-୧୯ ଅସ୍ଥାୟୀ ଚିକିତ୍ସା କେନ୍ଦ୍ରରେ ରଖା ଯାଇ ଚିକିତ୍ସା କରାଯାଉଛି ବୋଲି ବିଡିଓ ସରୋଜ କୁମାର ଦତ୍ତଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି