Breaking News

ମାସ୍କ ଓ ସାମାଜିକ ଦୂରତା ପାଳନ ନ କରିବାରୁ ୨ହଜାର ଟଙ୍କା ତଣ୍ଡ ଗଣିଲେଅମାନିଆ ଦେକାନି

 ସାକ୍ଷୀଗୋପାଳ ---- ସତ୍ୟବାଦୀରେ କେତେକ ଜନସାଧାରଣ ମାସ୍କ ଓ ସାମାଜିକ ଦୂରତା ରକ୍ଷା ନ କରିଥିବାରୁ ତହସିଲଦାର ମନୋଜ କୁମାର ନାୟକ  ଓ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ମିଳିତ ଭାବେ ଚଡାଉ କରାଯାଇଛି ।  ସାକ୍ଷୀଗୋପାଳ ବଜାରରୁ ମାସ୍କ ଓ ସାମାଜିକ ଦୂରତା ରକ୍ଷା ନ କରିବାରୁ  ୨ ହଜାର ଟଙ୍କା ଫାଇନି ଆଦାୟ କରିଛନ୍ତି । କେତେକ ଦେକାନୀ ମାନେ ନିଜେ ମାସ୍କ ବ୍ୟବହାର କରୁ ନାହାନ୍ତି  କିମ୍ବା ଦେକାନକୁ ଆସୁଥିବା ଗ୍ରାହକ ମାନଙ୍କୁ ମାସ୍କ ବ୍ୟବହାର କରିବା ପାଇଁ କହୁନାହାନ୍ତି । ସେହିପରି ଏବେ କଲେଜରେ ଅନଲାଇନ ମାଧ୍ୟମରେ ନାମ ଲେଖା ଚାଲିଛି । ସେଥିପାଇଁ ବିଭିନ୍ନ କମ୍ପ୍ୟୁଟର ଦେକାନ ମାନଙ୍କରେ ନାହିଁ ନଥିବା ଭିଡ ପରିଲକ୍ଷିତ ହୋଇଛି । ଏହି ଖବର ପାଇ ମିଳିଆଜି ଚଡାଉ କରାଯାଇ ୨ହଜାର ଟଙ୍କା ଆଦାୟ କରାଯାଇଛି । ତହସିଲଦାର ମନୋଜ କୁମାର ନାୟକ  କହନ୍ତି ଏହି ଚଡାଉ ସାକ୍ଷୀଗୋପାଳ ବିଭିନ୍ନ ଦେକାନ ମାନଙ୍କ ଉପରେ ନିୟମିତ କରାଯିବ ବୋଲି କହନ୍ତି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 


Blog Archive

Popular Posts