Breaking News

ସତ୍ୟବାଦୀରେ ଆଜି ପୁଣି ୧୨ କରୋନା ପଜିଟିଭ ଚିହ୍ନଟ

 

ସାକ୍ଷୀଗୋପାଳ ----- ପୁରୀ ଜିଲ୍ଲା ସତ୍ୟବାଦୀରେ କୋଭିଡ-୧୯ କମିବାର ନାଁଗନ୍ଦ ଧରୁନାହିଁ ।  ପ୍ରତିଦିନ ସେ ତାର କାୟା ବିସ୍ତାର କରି ଚାଲିଛି । କେତେବେଳେ ପୁରୁଷ ସଂଖ୍ୟା ବଡୁଛିତ କେତେବେଳେ ମହିଳା ସଂଖ୍ୟା ବଡିବାରେ ଲାଗିଛି । ଶନିବାର ୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସତ୍ୟବାଦୀ ବିଡିଓ ସରୋଜ କୁମାର ଦତ୍ତଙ୍କ ଠାରୁ ସୁଚନା ମିଳିଛି । ନୂଆସମେଶ୍ୱରପୁର ଗ୍ରାମ ପଞ୍ଚାୟତରୁ ୬ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ଜଣ ମହିଳା ଓ ଜଣେ ପୁରଷ ରହିଥିବା ଜଣାପଡିଛି ।  ସାରଙ୍ଗଯୋଡି ଗ୍ରାମ ପଞ୍ଚାୟତର ଦୁଇ ଜଣ ପୁରୁଷ  ଚିହ୍ନଟ ହୋଇଛନ୍ତି । ସେହିପରି ବଳପୁର, ଜୟପୁର, ବୀରରାମଚନ୍ଦ୍ରପୁର, ଦାସବିଦ୍ୟାଧରପୁର  ଗ୍ରାମ ପଞ୍ଚାୟତରୁ ଜଣେ ଜଣେ ପୁରୁଷ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ ଲୋକାଲ କେସ ବୋଲି ଜଣାପଡିଛି । ସମସ୍ତଙ୍କୁ ହୋମ କରେଣ୍ଟାଇନରେ ରହିବା ପାଇଁ ପରମାର୍ଶ ଦିଆଯାଇଛି ବୋଲି ବିଡିଓ ଶ୍ରୀ ଦତ୍ତକହିଛନ୍ତି । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts