ପରିବେଶ ସଚେତନାର ବାର୍ତ୍ତା ଦେଉଛି ଗାଁର କାନ୍ଥ
ଡେଲାଙ୍ଗ ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଳକର ବିଭିନ୍ନ ଗାଁ ଗଣ୍ଡାରେ ଥିବା ସରକାରୀ କାନ୍ଥ ସହିତ ବେସରକାରୀ ଲୋକ ମାନଙ୍କ କାନ୍ଥରେ ପରିବେଶ ସଚେତନତାର ବାତ୍ତା ଲେଖା ହୋଇଛି । ଯେଉଁପରି ରାଜ୍ୟ ସରକାରଙ୍କ ଦ୍ୱାରା ଗାଁ କଲ୍ୟାଣ ସମିତି, କରୋନା ସଚେତନତା ବାର୍ତ୍ତା ଲେଖାଯାଇଛି । ସେହିପରି ପରିବେଶ ସୁରକ୍ଷା, ଗ୍ଳୋବାଲ ୱାମିଙ୍ଗ, ବନ୍ୟଜନ୍ତୁଙ୍କ ସୁରକ୍ଷା ବାର୍ତ୍ତା କାନ୍ଥ ମାନଙ୍କରେ ଲେଖା ଯାଇଛି । ଯେପରି ସରାକରଙ୍କ ଆମ ଗାଁ ସ୍ୱାସ୍ଥ୍ୟ କାନ୍ଥ, ଗାଁ କଲ୍ୟାଣ ସମିତି ଏବେ କରୋନା ସଚେତନତା ବାର୍ତ୍ତା ବିଭିନ୍ନ କାନ୍ଥ ମାନଙ୍କରେ ଲେଖାଯାଇଛି । ଏଥିପାଇଁ ସରକାର ତହବିଲରୁ ଅର୍ଥ ଖର୍ଚ୍ଚ କରାଯାଉଛି । ମାତ୍ର ବୋଳକଣା ସ୍ଥିତ ସେଭ ଦି ଆର୍ଥ ପାଉଣ୍ଡେସନର ପ୍ରତିଷ୍ଠାତା ତଥା ପ୍ରକୃତିବନ୍ଧୁ ବିଶ୍ୱଜିତି ପରିଡା ଏହି କାର୍ଯ୍ୟରେ ଲାଗି ପଡିଛନ୍ତି । ବିଭାଘର, ବ୍ରତଘର, ଜନ୍ମଦିନ ଆଦି ଦିନରେ ତାଙ୍କୁ ଯିଏ ଅତିଥି ଭାବେ ଡାକନ୍ତି ସେ ଟଙ୍କା ବଦଳରେ ଗଛ ଉପହାର ଦେଇଥାନ୍ତି । ସାଇକେଲରେ ବିଭିନ୍ନ ଗାଁ, ବଜାର କଲେଜ ବୁଲି ପରିବେଶ ସୁରକ୍ଷା ପାଇଁ ସଚେତନତା କରାଇଥାନ୍ତି । ମାତ୍ର ଶ୍ରୀ ପରିଡାଙ୍କର ଏହି କାର୍ଯ୍ୟ ଦେଖି ବୋଳକଣା ଗ୍ରାମର ବ୍ରଜବଂଧୁ ପରିଡା, ବରକେରାର ଶିକ୍ଷକ ମିଟୁ କିଶୋର ପ୍ରଧାନ, ବେରବୋଇର ସୁଶାନ୍ତ ବିଶ୍ୱାସ, ଶିକ୍ଷକ ରଜନୀ ସେଠୀ ପ୍ରମୁଖ ସହଯୋଗର ହାତ ବଡାଇଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି