ଜଟଣୀ ନାଗରିକ କମିଟି ଓ ଛାତ୍ର ସଂଗଠନ ପକ୍ଷରୁ ବିକ୍ଷୋଭ ପଦର୍ଶନ
ଜଟଣୀ --ନାଗରିକ କମିଟି ଜଟଣୀ ଓ ଛାତ୍ର ସଂଗଠନ ଜଟଣୀ ଆନୁକୁଲ୍ୟରେ ଆଜି ଦିବା ୧୧ ଘଣ୍ଟା ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ jee Neet, U. G. C ପରୀକ୍ଷା କୁ ସ୍ଥଗିତ କରିବା ଓ କୋଭିଡ ମହାମାରୀ ସମୟରେ ସ୍କୁଲ୍ ଦେୟ ଛାଡ ପ୍ରତିବାଦ ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସରକାର ଯଦି ପରୀକ୍ଷା ବାତିଲ ନ କରନ୍ତି ଆଗାମୀ ଦିନରେ ଆନ୍ଦୋଳନ କୁ ତିବ୍ରତାର କରାଯିବ ବୋଲି ଛାତ୍ର ନେତାମାନେ ଚେତାବନୀ ଦେଇଛନ୍ତି । ଏଥିରେ ନାଗରିକ କମିଟି ସଭାପତି ମନ୍ମଥ ରାଉତରାୟ, ଅନ୍ୟ ମାନଙ୍କ ମଧ୍ୟରେ ନଗର କଂଗ୍ରେସ ସଭାପତି ଅଶୋକ ମଙ୍ଗରାଜ, କଳିଙ୍ଗ ସାହୁ ଜିତେନ୍ଦ୍ରିୟ ରଥ ନାସିର ଅଲି, ଲିଟୁ ସତପଥୀ, କାଳନ୍ଦି ନାୟକ ସୌମ୍ୟ ଶ୍ରୀଚନ୍ଦନ, ସଂକେତ ପାଟ୍ଟଶାଣୀ ଦିଲୀପ ପ୍ରଧାନ ଓ ଅନ୍ୟମାନେ ଯୋଗଦେଇଥିଲେ ।
ଜଟଣୀରୁ -ରଙ୍ଗନାଥ ବେହେରା