Breaking News

ଚଳନ୍ତା ଟ୍ରକରୁ ଖସିଲା ବିରାଟକାୟ ପଥର ଖଣ୍ଡ, ଅଳ୍ପକେ ବର୍ତ୍ତିଲେ ସାଇକଲ ଆରୋହୀ


 ଜଟଣୀ - ଜଟଣୀ ସହରରେ ଏକ ଅଭାବନୀୟ ଘଟଣା ସୋମବାର ସକାଳେ ଦେଖିବାକୁ ମିଳିଥିଲା । ଚଳନ୍ତା ଟ୍ରକରୁ ଏକ ବିରାଟକାୟ ପଥର ଖଣ୍ଡ ଖସିଯିବା ଫଳରେ ଟ୍ରକ ପଛରେ ଯାଉଥିବା ଜଣେ ସାଇକଲ ଆରୋହୀଙ୍କ ଜୀବନ ଅଳ୍ପକେ ରକ୍ଷା ପାଇଯାଇଥିଲେ । ଏହି ଘଟଣାକୁ ନେଇ ଜଟଣୀ ପୋଲିସକୁ ଖବର ଦିଆଯାଇଥିଲା ।   କିଛି ଘଣ୍ଟା ମଧ୍ୟରେ ପୋଲିସ ପହଞ୍ଚିଥିଲା । ମାତ୍ର ଏଭଳି ଘଟଣା ବାରମ୍ବାର ଘଟୁଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ପ୍ରତିବନ୍ଧକ ଲଗାଯାଉନାହିଁ ବୋଲି ଲୋକମାନେ କହନ୍ତି । ଏଭଳି ପ୍ରତେକ ଦିନ ଶହ ଶହ ଟ୍ରକ ଦିନ ରାତି ବେଆଇନ ଭାବେ ମାଙ୍କଡ଼ା ପଥର, ମୋରମ, ବାଲି ଏବଂ ବଡ ବଡ ପଥର ବୋଝେଇ କରି ଜଟଣୀ ଥାନା ସମ୍ମୁଖ ଦେଇ ଯାଉଥିବା ବେଳେ ଥାନାରେ ସିସିଟିଭି ଲଗାଇ ପୋଲିସ ଚୁପ ବସିଥିବା ଲୋକେ ଅଭିଯୋଗ କରିଛନ୍ତି । ସରକାରଙ୍କ ପକ୍ଷରୁ ନିୟମ ରହିଛି ଯେ ମାଲ ପରିବହନ ସମୟରେ ପାଲ ବାନ୍ଧିବା ବାଧ୍ୟକତା ମୁଳକ । ନଚେତ ଉକ୍ତ ଗାଡି ଠାରୁ ଜୋରିମାନା ଆଦାୟ କରାଯିବା ପାଇଁ ନିୟମ ଥିଲେ ମଧ୍ୟ ପୋଲିସ ଚୁପ୍ ହୋଇ ବସି ରହିଛି ବୋଲି ଲୋକମାନେ କହନ୍ତି ।ଏଥିପ୍ରତି ଉଚ୍ଚପଦସ୍ଥ ଅଧକାରୀ ମାନେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।  
ଜଟଣୀରୁ -ରଙ୍ଗନାଥ ବେହେରା l

Blog Archive

Popular Posts