Breaking News

ଦୁଇ ଦିନ ରହିଲା ଗଣେଶ ପୂଜା , ବିକ୍ରି ହଉନି ଗଣେଶ ମୂର୍ତ୍ତି; ହାତ ବାନ୍ଧି ବସିଛନ୍ତି କାରିଗର

 ସାକ୍ଷୀଗୋପାଳ -------  ଦୁଇଦିନ ରହିଲା ଗଣେଶ ପୂଜା । ମଣ୍ଡପ ଗୁଡିକ ଏବେ ଖାଲି ପଡିଛି । ଏତେ ବେଳକୁ ଦେକାନ ବଜାର ଗହଳି ଲାଗି ଥାନ୍ତା । ବିଶେଷ କରି ପୂଜା ପାର୍ବଣ ଦେକାନ ସହିତ , ଡ୍ରେସ ଦେକାନ ଗୁଡିକରେ ଗହଳି ନାହିଁ । ରାଜ୍ୟରେ ମହାମାରି  କରୋନା ଯୋଗୁ ସବୁଆଡେ କଟକଣା ଲାଗିଛି । ଚଳିତ ବର୍ଷ  ଗଣେଶ ପୂଜା  ଉପରେ କଟକଣା ମଧ୍ୟ ଲାଗୁ  କରାଯାଇଛି । କେତେକ ସ୍ଥାନରେ ଗଣେଶ ପୂଜା ଶନିବାର ପଡୁଥିବାରୁ ସଟଡାଉନ ଜାରି ହେବାର ରହିଛି । ଏପରିକି କେତେକ କାରିଗର ବିଭିନ୍ନ ପୂଜା ମଣ୍ଡପରେ  ଯାଇ ମୂର୍ତ୍ତି ବାନ୍ଧିବା ଆରମ୍ଭ କରିଛନ୍ତି । ମାତ୍ର ଗଣେଶ ପୂଜା ହେବକି ନାହିଁ ପୂଜା କମିଟି ଏବେ ଦୋଦମାନରେ ଅଛନ୍ତି । ଏଥିଯୋଗୁ ମୂର୍ତ୍ତି କାରିଗର ମାନେ ହାତ ବାନ୍ଧି ବସିଛନ୍ତି । ଭାଦ୍ରବ ମାସରୁ ପାର୍ବଣ ରୂତୁ । ଦେବାଦେବୀଙ୍କର ଭଳିକି ଭଳି ମୂର୍ତ୍ତି ନିର୍ମାଣ କରି ବିକ୍ରି କରି ବର୍ଷକ ପାଇଁ  ଦୁଇ ପଇସା ରୋଜଗାର କରିଥାନ୍ତି ମୂର୍ତ୍ତି ପରିବାର । ଏବେ ମୂର୍ତ୍ତି କାରିଗର ମାନେ ୩୦ ଟଙ୍କାରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ମୂର୍ତ୍ତି କରିଛନ୍ତି । ଆଉ ରହିଲା ଦୁଇ ଦିନ ଏ ପର୍ଯ୍ୟନ୍ତ ବେପାରୀିବା ମଣ୍ଡପ ଓ ଅନୁଷ୍ଠାନ ମାନେ କେହି ଆସୁନାହାନ୍ତି ଦେକାନକୁ । କରୋନା  କଟକଣାକୁ ଡରି ଛୋଟ ଠାରୁ ବଡ ମୂର୍ତ୍ତି କରି ଅପେକ୍ଷାରେ ରହିଛନ୍ତି କାରିଗର ।  ସ୍କୁଲ ଗୁଡିକ ବନ୍ଦ ରହିଥିବାରୁ ପୂଜା ହେବକି ନାହିଁ ସେହିପରି  କ୍ଳବ ଗୁଡିକରେ ଗଣେଶ ପୂଜା ହେବକି ନାହିଁ ସନ୍ଦେହରେ ଅଛନ୍ତି । ଯାହା ହେବ କିଛି ଘରୋଇ ଲୋକ ଛୋଟ ମୂର୍ତ୍ତି ନେଇ ପୂଜା କରିବେ ବୋଲି ଆଶା କରିଛନ୍ତି କାରିଗର ମାନେ ତାହା ସୁମୁଦ୍ର ଶଙ୍କେ ସଦୃଶ୍ୟ । ମୂର୍ତ୍ତି ବିକ୍ରି ବଟା ନାହିଁ ।  ମଜୁରୀ କଥା ଛାଡ ରଙ୍ଗ ପଇସା ମିଳିଗଲେ ଆମେ ବହୁତ ଖୁସି ହୁଅନ୍ତୁ ମାତ୍ର ଚଳିତ ବର୍ଷ ତାହା ହେବ ନାହିଁ ଜଣାପଡିଛି । । ମହାମାରି କରୋନା ଆମ ଠାରୁ ସବୁ ଛଡାଇ ନେଇଛି ବୋଲି ମନ ଦୁଖଃରେ କହନ୍ତି ମୂର୍ତ୍ତି କାରିଗର । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts