ବିଧାୟିକାଙ୍କ ଆପତି ଜନକ ମନ୍ତବ୍ୟକୁ ନେଇ ବରୀ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ
ବରୀ ---- ବରୀ ନିର୍ବାଚନ ମଣ୍ଡଳୀର । ଗତ ସାଧରଣ ନିର୍ବାଚନରେ କଂଗ୍ରେସ ଦଳରୁ ପ୍ରାର୍ଥୀ ହୋଇଥିବା ଉମେଶ ଜେନା ଆଜି ତାଙ୍କ ବରୀ ରତ୍ନଗିରି ସ୍ଥିତ ବାସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ଜରିଆରେ ବରୀ ବିଧାୟିକା ସୁନନ୍ଦା ଦାସ ବରୀ ମହିଳାଙ୍କୁ ୍ଯେଉଁଭଳି ଭାବେ ଅସମ୍ମାନ ସୂଚକ ଭାଷା ପ୍ରୟୋଗ କରିଛନ୍ତି ଯାହା ମୋ ପକ୍ଷେ କହିବା ସମ୍ଭବ ନୁହେଁ । ବରୀ ମା ମାନଙ୍କ ସମ୍ମାନ ଫେରାଇବା ପାଇଁ ବିଧାୟିକା କ୍ଷମା ମାଗନ୍ତୁ । ବରୀ ପଞ୍ଚାୟରେ ଗତ୧୯ ତାରିଖ ଦିନ ଶାସକ ଦଳ ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ କୋଭିଡ କଟକଣା ଆଇନ କୁ ଉଲ୍ଲଘନ କରିଥିବାର ଦେଖିବାକୁ ମିଳିଥିଲା । ଏହି ସଭାରେ ବିଧାୟିକା ଜଣେ ମହିଳା ହୋଇ ମଧ୍ୟ ତାଙ୍କ ଦଳର ଜଣେ ମହିଳାଙ୍କୁ ପରୋକ୍ଷ ଭାବେ ଅକ୍ଷେପ କରିଛନ୍ତି । ଯାହକି ସମଗ୍ର ନାରୀ ସମାଜ ପାଇଁ କଳଙ୍କ ସୃଷ୍ଟି କରିଛି । ବିଧାୟିକାଙ୍କର ଏଭଳି ବ୍ୟବହାର ବରୀର ସମସ୍ତ ମହିଳାଙ୍କୁ ଆଙ୍ଗୁଳି ନିର୍ଦ୍ଦେଶ କରିଛି । ଏହାକୁ ବରୀ କଂଗ୍ରେସ ତିବ୍ର ନିନ୍ଦା କରୁଛି । ବିଜୁ ଜନତା ଦଳ ଗାଁ କୁ କାମ ମାଆ କୁ ସମ୍ମାନ ନାରା ଦେଉଥିବା ବେଳେ ବିଧାୟିକାଙ୍କ ଆଚରଣ ଓ ଉଚାରଣ ସମସ୍ତଙ୍କୁ ଆଚମ୍ବିତ କରିଛି । ବିଧାୟିକା ଦ୍ୱିତୀୟ ବାର ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ଯେ ବରୀରେ ଯେଉଁ ବୃତ୍ତି ଚାଲିଛି ତାହା ଆଉ ବରୀରେ ଚଳିବ ନାହିଁ । ବରୀର କେଉଁକେଉଁ ସ୍ଥାନରେ ଏହି ଆଶାଳିନ ବୃତ୍ତି ଚାଲିଛି ବିଧାୟିକା ତା’ର ହିସାବ ଓ ପ୍ରମାଣ ଦିଅନ୍ତୁ । ସ୍ୱାଧିନତା ସଂଗ୍ରାମ ମାଟିରେ ବିଧାୟିକା ଜଣେ ମହିଳାଙ୍କ ବିରୁଦ୍ଧରେ ଯେଉଁ ଆପତି ଜନକ ମନ୍ତବ୍ୟ ଦେଇଛନ୍ତି ବରୀ ମାଟି ଆଜି ସବୁ ସ୍ଥାନରେ ଲଜ୍ଜିତ ହୋଇଛି । ଏଭଳି ସମ୍ବେଦନ ଶିଳ ଘଟଣାରେ ଖୋଦ୍ ମୁଖ୍ୟମନ୍ତ୍ରୀ ଚୂପ୍ କାହିଁକି । ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତି କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରନ୍ତୁ ଓ ବିଧାୟିକା ତୁରନ୍ତ ସର୍ବ ସମ୍ମୁଖରେ ଉକ୍ତ ମହିଳାଙ୍କ ସମେତ ସମସ୍ତ ମ।। ମାନଙ୍କୁ କ୍ଷମା ମାଗନ୍ତୁ । ନଚେତ୍ କଂଗ୍ରେସ ଦଳ ତରଫରୁ ଆମେ ରାଜ ରାସ୍ତାକୁ ଓହ୍ଲାଇବୁ । ଅନ୍ୟମାନଙ୍କ ମଧ୍ୟରେ ଇଂ- ଅମ୍ରେଶ ପରିଡା, ପର୍ବତନ ସରପଞ୍ଚ ମନୋଜ ଦାସ,ନୃସିଂହ ଶାନ୍ତି, ଅଶୋକ ରାଉତ,ଅଭିନ ଜେନା, ଶ୍ରବଣ ଦାସ, ପ୍ରବୀଣ ଦାସ,ସୈାଭାଗ୍ୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
ଯାଜପୁର ବରୀରୁ ଦର୍ଶନ ବେହେରା