Breaking News

ଈଶ୍ୱରଆର୍ଟ ଆଣ୍ଡ କ୍ରାଫ୍ଟ ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଗଣେଶ ପୂଜା ଶୁଭେଚ୍ଛା


ଜଟଣୀ --ଜଟଣୀ ବ୍ଲକ ଅନ୍ତର୍ଗତ ହାଟବଜ଼ାର ଗୋପୀନାଥପୁର ଅଞ୍ଚଳର ପ୍ରଖ୍ୟାତ ସୁକ୍ଷ୍ମ କାରିଗର ଏଲ. ଈଶ୍ୱର ରାଓଙ୍କ ପ୍ରଦତ୍ତ ଈଶ୍ୱର ଆର୍ଟ ଏଣ୍ଡ କ୍ରାଫ୍ଟ ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟ ଶିକ୍ଷାନୁଷ୍ଠାନ ପକ୍ଷରୁ କଳାକୃତି ମାଧ୍ୟମରେ ଓଡିଶା ବାସୀଙ୍କୁ  ଶୁଭେଚ୍ଛା  ଜଣାଇଛନ୍ତି । ଗଣେଶପୂଜା ପରିପ୍ରେକ୍ଷୀରେ କାରିଗର ଏଲ. ଈଶ୍ୱର ରାଓ ପୁରୁଣା କାଗଜକୁ ନେଇ ତିନିସହ ବଇଆଳସିଟି ଷ୍ଟିକକୁ ନେଇ ଏକ ସୁନ୍ଦର ବାରଇଞ୍ଚ ଉଚ୍ଚ, ଆଠଇଞ୍ଚ ଚଉଡା ବିଶିଷ୍ଟ ତୋରଣ ପ୍ରସ୍ତୁତ କରି ତା ମଧ୍ୟରେ ତିନି ଇଁଚିର ମାଟି ଗଣେଶ ମୂର୍ତ୍ତି ପ୍ରତିଷ୍ଠାକରି କଳାକୃତିର ପରିଚୟ ଦେଇଛନ୍ତି । ଏହି ସୁନ୍ଦର କାର୍ଯ୍ୟପାଇଁ ପନ୍ଦର ଦିନ ସମୟ ଲାଗିଥିଲା । ଏହାର ଏକମାତ୍ର ଉଦେଶ୍ୟ ପ୍ରତେକ ବର୍ଷ ଜଟଣୀରେ ଗଣେଶ ପୂଜା ମହା ଧୂମଧାମରେ ପାଳିତ ହୁଏ । ଉଚ୍ଚ ଉଚ୍ଚ ତୋରଣ, ବିରାଟ ବିରାଟ ଗଣେଶ ମୂର୍ତ୍ତି ତା ସାଙ୍ଗକୁ ଡିଜିଟାଲ ଲାଇଟ ଦେଖିବାକୁ ତେରଦିନ ବ୍ୟାପି ହଜାର ହଜାର ଭକ୍ତଙ୍କ ସମାବେଶ ହୋଇଥାଏ । ଚଳିତବର୍ଷ ମହାମାରୀ କରୋନା ପାଇଁ ସବୁ ଫିକା ପଡିଯାଇଛି । ତେଣୁ ଈଶ୍ୱର ରାଓ ଏହି ସୁନ୍ଦର କାରୁକାର୍ଯ୍ୟ ପୂର୍ଣ୍ଣ କାରିଗରୀ ମାଧ୍ୟମରେ ଜଟଣୀ ତଥା ଓଡିଶା ବସୀଙ୍କୁ ସ୍ୱାଗତ ଏବଂ ଶୁଭେଛା ଜଣାଇଛନ୍ତି ।
ଜଟଣୀରୁ -ରଙ୍ଗନାଥ ବେହେରା

Blog Archive

Popular Posts