Breaking News

ମାଡି ଆସୁଛି ବନ୍ୟାଜଳ; ବିପଦ ସଙ୍କେତ ଉପରେ ଭାର୍ଗବୀ , ସଜାଗ ରହିଛି ସତ୍ୟବାଦୀ ଜଳସେଚନ ବିଭାଗ


 ସାକ୍ଷୀଗୋପାଳ -----ହିରାକୁଦ ଉପର ମୁଣ୍ଡରେ ତଥା ଛତିଶଗଡରେ ଲଘୁଚାପ ଜନିତ ବର୍ଷା ହେବା ଯୋଗୁ ହିରାକୁଦରେ ବନ୍ୟାଜଳ ପ୍ରବେଶ କରୁଛି ।  ହିରାକୁଦରେ ୩୨ ଗେଟରେ ବନ୍ୟାଜଳ ନିଷ୍କାସନ ହୋଉଛି । ସେଥିଯୋଗୁ ପୁରୀ ଜିଲ୍ଲାରେ ପ୍ରବାହିତ ଭାର୍ଗବୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ।  ଆଜି ସନ୍ଧ୍ୟା ସୁଦ୍ଧା ବଳଙ୍ଗା ଠାରେ ଜଳସ୍ତର ୧୧.୨୬ ମିଟର ରହିଛି । ଏଠାରେ ବିପଦ ସଙ୍କେତ ୧୦.୪୨  । ଏବେ ବିପଦ ସଙ୍କେତ ଉପରେ ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି । ଏହାକୁ ନଜରକରି ମକୁନ୍ଦଦାସ ପୁର ଠାରୁ ଗବକୁଣ୍ଡ ପର୍ଯ୍ୟନ୍ତ ନିମାପଡା ଜଳ ସମ୍ପଦ ବିଭାଗ ଅଧିନରେ ରହିଛି । ନିମାପଡା ନିର୍ବାହୀ ଯନ୍ତ୍ରୀ ଶଶିଭୂଷଣ ମିଶ୍ର , ଉପଖଣ୍ଡ ଅଧିକାରୀ ରାକେଶ କୁମାର ମଲିକ ଓ କନିଷ୍ଠଯନ୍ତ୍ରୀ ଘନ ଘନ ନଦୀ ବନ୍ଧର ସ୍ଥିତି ନିରୀକ୍ଷଣ କରୁଛନ୍ତି । ଅନ୍ୟ ପକ୍ଷେ ପାର୍ବତୀପୁର, ସାଇଁଶ, ବଳଙ୍ଗା, ବିଦ୍ୟାଧରପୁର, ସୁଆଣ୍ଡୋ ଆଦି ବିପଦ ଚିହ୍ନିତ ସ୍ଥାନ ଗୁଡିକ ଉପରେ ବଳଙ୍ଗା ଜଳ ସମ୍ପଦ ବିଭାଗ ପକ୍ଷରୁ ତୀକ୍ଷଣ ନଜର ରଖାଯାଇଛି ବୋଲି ବିଭାଗ ସୁତ୍ରରୁ ଜଣାପଡିଛି । ବହ୍ଲା, ବାଲିବସ୍ତା ଓ ପାଲ ଆଦି ବିପଦ ଚିହ୍ନିତ ସ୍ଥାନ ଗୁଡିକ ନିକଟରେ ଜମା କରାଯାଇଥିବା ଅଧିକାରୀ ମାନଙ୍କ ଠାରୁ ସୁଚନା ମିଳିଛି । ସେହିପରି ସାକ୍ଷୀଗୋପାଳ ଜଳ ସମ୍ପଦ ବିଭାଗ ପକ୍ଷରୁ ରଥପୁରୁଷୋତମ ପୁର, ଆନନ୍ଦପୁର ସିଡିପାଖ, ବଳପୁର ହନୁମାନ ବାଙ୍କ ଆଦି ବିପଦ ପୂର୍ଣ୍ଣ ସ୍ଥାନ ଗୁଡିକରେ ବହ୍ଲା, ବାଲିବସ୍ତା ମାନ ଜମା କରାଯାଉଥିବା ଜଣାପଡିଛି । ନଦୀର ଉଭୟ ପାଶ୍ୱର୍ ବନ୍ଧକୁ ଜଳ ସମ୍ପଦ ବିଭାଗ ପକ୍ଷରୁ ୨୪ ଘଣ୍ଟିଆ ପାଟ୍ରୋଲିଂ ର ବ୍ୟବସ୍ଥା କରାଯାଇଥିବା ଜଣାପଡିଛି । ସବୁଠାରୁ ବଡ କଥା ପୁରୀ ଜିଲାପାଳ ବଳୱାନ୍ତ ସିଂ ଭିଡିଓ କନଫେରିନ୍ସି ମାଧ୍ୟମରେ ସାମ୍ଭାବ୍ୟ ବନ୍ୟା ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ସତ୍ୟବାଦୀ ବ୍ଳକରେ ସାମ୍ଭବ୍ୟ ବନ୍ୟା ନିୟନ୍ତ୍ରଣ କରିବା ପାଇଁ ଏକ ଟିମ ଗଠନ କରାଯାଇଛି । ଏହି ଟିମରେ ନୋଡାଲ ଅଫିସର ଭାବେ ସତ୍ୟବାଦୀ ବ୍ଳକ ବିଡିଓ ସରୋଜ କୁମାର ଦତ୍ତ ରହିଥିବା ବେଳେ ତହସିଲଦାର ମନୋଜ କୁମାର ନାୟକ, ସତ୍ୟବାଦୀ ଜଳ ସମ୍ପଦ ବିଭାଗର ନିର୍ବାହୀଯନ୍ତ୍ରୀ ରଘୁନାଥ ସ୍ୱାଇଁ, ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର, ଅଗ୍ନିଶମ, କୃଷିବିଭାଗ, ଯୋଗାଣ ବିଭାଗ ପ୍ରମୁଖ ରହିଛନ୍ତି । ଅବଶ୍ୟକ ସ୍ଥଳେ ଚୁଡା, ଗୁଡ, ମହମବତୀ, ଡିଆସିଲ ସହିତ ରନ୍ଦା ଖାଦ୍ୟ ଯୋଗାଇ ଦେବାକୁ ପରାମର୍ଶ ଜିଲାପାଳ ଦେଇଛନ୍ତି । ସେହିପରି ନଦୀ ବନ୍ଦରେ ଗଳିଆ ପଡିବା କ୍ଷଣି ତୁରନ୍ତ ସେଠାରେ ଅଧିକାରୀ ମାନେ ପହଞ୍ଚି ନଦୀ ବନ୍ଧକୁ ସୁରକ୍ଷା ଦେବା ସହିତ ଆଖପାଖ ଗ୍ରାମ ବାସୀଙ୍କୁ ସୁଚନା ଦେବେ । ଦରକାର ପଡିଲେ ସୁରକ୍ଷିତ ସ୍ଥାନକୁ ନେବାପାଇଁ ଜିଲାପାଳ ପରାମର୍ଶ ଦେଇଛନ୍ତି । ସତ୍ୟବାଦୀରେ ଜଳ ସମ୍ପଦ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ମାନେ ରହି କିପରି ବନ୍ୟାଜଳକୁ  ସଠିକ ନିଷ୍କାସନ କରାଯାଇ ପାରିବ ସେ ଦିଗପ୍ରତି ବିଚାର ବିମର୍ଷ ଚାଲିଥିବା ଜଣାପଡିଛି ।  

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts