ଡେଲାଙ୍ଗ ବିଡିଓ ପିପିଲି ବ୍ଲକର ଅତିରିକ୍ତ ଦାୟିତ୍ୱ ଗ୍ରହଣ କଲେ
ପିପିଲି----ପିପିଲି ବ୍ଲକ ର ବିଡିଓ ଗୈାରବମୟ ପ୍ରଧାନଙ୍କ ବଦଳି ହେବା ପରେ ପୁରୀ ଜିଲ୍ଲାପାଳ ବୁଧବାର ଦିନ ତାଙ୍କୁ ରିଲିଭ୍ କରିଥିଲେ । ତାଙ୍କ ସ୍ଥାନରେ ଡେଲାଙ୍ଗ ବିଡିଓ କ୍ଷିରୋଦ୍ର ପ୍ରଧାନଙ୍କୁ ପିପିଲି ବ୍ଲକର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି । ମିଳିଥିବା ସୁଚନା ମୁତାବକ ଗୈାରବମୟ ପ୍ରଧାନଙ୍କ ର ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗ ଚିଠି ନମ୍ବର ୧୩୨୭୪ରେ ବଦଳି ନିର୍ଦ୍ଦେଶ ରେଭିନ୍ୟୁ ଓ ଡ ିଏମ ବିଭାଗକୁ ୨୪.୮.୨୦ତାରିଖରେ ହୋଇଥିଲା । ବୁଧବାର ଦିନ ପୁରୀ ଜିଲ୍ଲାପାଳ ବଳବନ୍ତ ସିଂହ ତାଙ୍କୁ ପିପିଲି ବ୍ଲକରୁ ରିଲିଭ୍ କରିଥିବା ସହିତ ଡେଲାଙ୍ଗ ବ୍ଲକ ବିଡିଓ କ୍ଷିରୋଦ୍ର ପ୍ରଧାନଙ୍କୁ ପିପିଲି ବ୍ଲକର ଅତିରିକ୍ତ ଦିୟିତ୍ୱ ପ୍ରଦାନ କରିଛନ୍ତି । ଡିଆରଡିଏ ଚିଠି ନମ୍ବର ୩୬୫୨ରେ ଡେଲାଙ୍ଗ ବିଡିଓ କ୍ଷିରୋଦ୍ର ପ୍ରଧାନଙ୍କୁ ପିପିଲି ବ୍ଲକର ଅତିରିକ୍ତ ଦାୟିତ୍ୱ ପ୍ରଦାନ ପାଇଁ ନିଦ୍ଦେର୍ଶ ଦିଆଯାଇଥିବା ଜଣାପଡିଛି । ଅତିରିକ୍ତ ଦାୟିତ୍ୱ ମିଳିବାପରେ ଡେଲାଙ୍ଗ ବ୍ଲକ ବିଡିଓ କ୍ଷିରୋଦ୍ର ପ୍ରଧାନ ବୁଧବାର ଅପରାହ୍ନରେ ପିପିଲି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଦାୟିତ୍ୱ ନେଇଛନ୍ତି । ତାଙ୍କୁ ଆତ୍ମା ଅଧ୍ୟକ୍ଷ ଧରଣୀଧର ସାହୁ,ଆଇନିଜୀବୀ ଶ୍ରୀଧର ପ୍ରଧାନ,ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଆର୍ତବନ୍ଧୁ ସାମନ୍ତରାୟ,ସମବାୟବିତ୍ ସଦାଶିବ ଦାଶ,ପୁର୍ବତନ ସରପଞ୍ଚ କୁଞ୍ଜମୋହନ ଦାଶ,ପୁର୍ବତନ ସମିତିସଭ୍ୟ ଧୃବଚରଣ ପ୍ରଧାନ,କଣ୍ଟି ସରପଞ୍ଚ ପ୍ରକାଶ ଧଳ,ସରସ୍ୱତୀପୁର ସରପଞ୍ଚ ଅରୁଣ ଛାଟେଇ, ଯୁବନେତା ପ୍ରତାପ ପ୍ରଧାନ ପ୍ରମୁଖଙ୍କ ସହିତ ବ୍ଲକର କର୍ମଚାରୀ ମାନେ ପହଞ୍ଚି ଶ୍ରୀ ପ୍ରଧାନଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ ।
ପିପିଲିରୁ ବିଜୟ କୁମାର ମହାପାତ୍ର