>>
  • ଜଟଣୀ ପୌରପରିଷଦ ପକଳ୍ପ ନାମରେ ହରିଲୁଟ
  • >>
  • ଭଞ୍ଜନଗର ରୋଟାରୀ କ୍ଳବର ୧୮ ତମ ଅଧିଷ୍ଠାନ ଦିବସ ପାଳିତ
  • >>
  • ଗାଲେରୀ ପାଠଶାଳାର ତୃତୀୟ ବାର୍ଷିକ ଉତ୍ସବ ପାଳିତ
  • >>
  • ୟୁବି ହାଇସ୍କୁଲରେ ବନ ମହୋତ୍ସବ ପାଳନ : “ଏକ୍ ପେଡ୍ ମାଁ କେ ନାମ୍ “ ଅନୁଷ୍ଠିତ
  • >>
  • ତ୍ୟାଗମୟ ଜୀବନ ଏକ ଆଦର୍ଶ, ଦୟାନନ୍ଦଙ୍କ ଜୀବନ ଦର୍ଶନ ମାଟି ପାଇଁ ଏକ ଉପାଦାନ
  • >>
  • ସାକ୍ଷୀଗୋପାଳ - ମନ୍ଦିର ରାସ୍ତାରେ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ପୁଣି ଜମି ଅଧିଗ୍ରହଣ ପାଇଁ ସର୍ଭେ ଆରମ୍ଭ
  • >>
  • ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ;ସ୍ୱାସ୍ଥ୍ୟ ପ୍ରତି ଯତ୍ନ ହୁଅ
  • >>
  • ସିଏସବି ଜିଲ୍ଲା ସ୍କୁଲରେ ସମ୍ବର୍ଦ୍ଧନା ଓ ମାର୍ଗଦର୍ଶନ କାର୍ଯ୍ୟକ୍ରମ
  • >>
  • ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ପକ୍ଷରୁ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ
  • >>
  • ଅଗ୍ନି ବିପନ୍ନଙ୍କୁ ଗୃହ କାଯ୍ୟାଦେଶ ବଣ୍ଟନ କଲେ ବିଧାୟକ
  • >>
  • ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଜାତୀୟ ଡିଜିଟାଲ୍ ଲାଇବ୍ରେରି କର୍ମଶାଳା ଆୟୋଜିତ
  • >>
  • ଜନ୍ମ ଦିନରେ ରକ୍ତ ଦାନ ଶିବିର ୪୩ ୟୁନିଟ୍ ସଂଗୃହୀତ
  • >>
  • କୁଦିଆରି ଆରଆଇ କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତରିତକୁ ନେଇ ଆନ୍ଦୋଳନ ପାଇଁ ସଜବାଜ
  • >>
  • ଏକ କୋଟି ରୁ ଅଧିକ ଟଙ୍କାର ରୂପା ଜବତ
  • >>
  • ଧନୁପାଲି ଶିଶୁ ବିଦ୍ୟାମନ୍ଦିର ପରିସରରେ ଗୁରୁ ପୂର୍ଣ୍ଣିମା ଦିବସ ପାଳିତ
  • ଚିକିତ୍ସାରେ ଅର୍ଥ ସାଜିଛି ବାଧକ ; ସହଯୋଗର ହାତ ବଡାଇଲା ମାରୁତି ସେନା

      କଣାସ-  ----  ଏପରି ଏକ ପରିବାର ଅଛନ୍ତି ସେମାନେ ବଞ୍ଚିବାକୁ ଚାହୁଁଥିଲେ ମଧ୍ୟ ମୃତ୍ୟୁ ପାଖେଇ ଆସୁଛି । ପରିବାରର ସମସ୍ତ ସଦସ୍ୟ ଏବେ ରୋଗରେ ପୀଡିତ । ରୋଜଗାର କରୁଥିବା ପରିବାରର ମୁଖ୍ୟ ସେ ମଧ୍ୟ ରୋଗରେ ପଡିଛନ୍ତି । ଯାହାକି ସେ ନିଜେ ଠିଆ ହେବା ବର୍ତ୍ତବାନ ସକ୍ଷମ ନୁହନ୍ତି । ବର୍ତ୍ତମାନ ଚିକିତ୍ସା ହେଲେ ଭଲ ହୋଇ ପାରନ୍ତେ ମାତ୍ର ଏତେ ଅର୍ଥ ଆସିବ କେଉଁଠାରୁ । ପୁରୀ ଜିଲ୍ଲା  କଣାସ ବ୍ଳକର ଅଁଳାଯୋଡି ଗ୍ରାମର ଉପର ସାହିର କୋରା ବେହେରା (୬୦) । କୋରା ଙ୍କ ପରିବାର କହିଲେ ଦୁଇ ପୁଅ ଓ ସ୍ତ୍ରୀ । ବହୁ ଖୁସିରେ ଚଳୁଥିଲେ । ହଠାତ କଳା ବାଦଳ ତାଙ୍କ ପରିବାର ଉପରେ ମାଡି ଆସିଲା । ଦୁଇ ପୁଅ  ଜିତୁ ଓ ମିଟୁ ସବୁ ଠିକ ଠାକ ଥିଲା । ୬ ବର୍ଷ ତଳେ ହଠାତ କୌଣସି ରୋଗରେ ପୀଡିତ ହୋଇ ଗୋଡ ହାତ ସରୁ ହେବା ସହ ଘରେ ପଡିଛନ୍ତି । ଅନ୍ୟ ପକ୍ଷେ କୋରାଙ୍କ ସ୍ତୀ ଉମା ବେହେରାଙ୍କ ଗୋଯିଲ ଆଖିକୁ ଠିକ ଭାବେ ଦେଖାଯାଉଛି । ରୋଜଗାର କ୍ଷମ କୋରା ଗାଁ ଲୋକଙ୍କର ଗାଇ ଜଗି ଯାହା ମିଳୁଥିଲା ସେଥିରେ ପରିବାର  ଭରଣ ପୋଷଣ କରୁଥିଲେ । ମାତ୍ର ଫାଲେରିଆ ରୋଗରେ ଆକ୍ରାନ୍ତ ହୋବାରୁ ଘରୁ ପଦାକୁ ବାହାରି ପାରିଲେ ନାହିଁ । ଗୋଡରୁ ବାହରୁଛି ପୂଜ ଓ ରକ୍ତ । ଚଳବୁଲା ବନ୍ଦ ହୋଇଗଲା । ଗୋଡ ଅପରେଶନ ପାଇଁ ଡାକ୍ତରଙ୍କ ସହ ପରାମର୍ଶ କରିବାରୁ ଦୁଇ ଲକ୍ଷ ଟଙ୍କା ଦରକାର ବୋଲି କହିଲେ । ଗୋଟିଏ ପକ୍ଷେ ଦୁଇ ପୁଅ ଅଜଣା ରୋଗରେ ଆକ୍ରାନ୍ତହୋଇ ଘରେ ରହିଥିବା ବେଳେ ସ୍ୱାମୀ କୋରା ଏବେ ଘରେ । ଚିକିତ୍ସା ପାଇଁ  ଅର୍ଥ ସାଜିଛି ବାଧକ । ତଥାପି ଗୋଟିଏ ଆଖିକୁ ଭଲ ଭାବେ ନ ଦିଶୁଥିଲେ ମଧ୍ୟ ତିନି ଜଣଙ୍କ ମୁହଁରେ ଆହର ଦେବାକୁ ଉଦ୍ଦ୍ୟମ ଜାରି ରଖିଛନ୍ତି । ଏହି ଖବର ପାଇ ମାରୁତି ସେନାର ରାଜ୍ୟ ସଭାପତି ପପୁ ଦଳବେହେରାଙ୍କ ନେତୃତ୍ୱରେ ଏକ ଟିମ ଅଁଳାଯୋଡି ଗ୍ରାମକୁ ଯାଇ ଉକ୍ତ ପରିବାର ସେଠାକୁ ଯାଇ ସହଯୋଗର ହାତ ବଡାଇଛନ୍ତି ।  ଇତିଶ୍ରୀ ମହାନ୍ତି, ବିଜୟନୀ ସ୍ୱାଇଁ, ଅନିଲ ସ୍ୱାଇଁ, ଚନ୍ଦନ ସାହୁ, ସନ୍ତୋଷ ପଣ୍ଡା, ମିଳନ ସାହୁ, ସୀତାରାମ ଶର୍ମା, ସୁମିତ୍ରା ବାରିକ, ମୋନିକା ପାଲ, ବିଦୁଭୂଷଣ ସ୍ୱାଇଁ ଶ୍ରୀଧର ଆଚାର୍ଯ୍ୟ ବବିତା ମହାରଣା ସରୋଜ ରାଉତ, ସୁକାନ୍ତ ପରିଡା, ରବୀନ୍ଦ୍ର ପ୍ରଧାନ, ଜଗତ ପ୍ରଧାନ, ମନୋଜ ମାଝୀ, ଜଗନ୍ନାଥ ଭୋଇ, ଅଭୟ ମାଝୀ ପ୍ରମୁଖ ଉପସ୍ଥିତି ରହିଥିଲେ ।  କଣାସରୁ ଧୀରେନ୍ଦ୍ର ସେନାପତି 

    Blog Archive

    Popular Posts