Breaking News

ସାମ୍ବାଦିକଙ୍କ ମାତୃ ବିୟୋଗ


 ପାରଦୀପ / କୁଜଙ୍ଗ---- ପାରାଦୀପରେ କାର୍ଯ୍ୟରତ ଦୈନିକ ଖବର କାଗଜ ନନ୍ଦିନୀର ଯୁବ ସାମ୍ବାଦିକ ପଞ୍ଚାନନ ବେହେରାଙ୍କ ମାତୃ ବିୟୋଗ ହୋଇଯାଇଛିା ଜଗତସିଂହପୁର ଜିଲ୍‌ଲାର ବାଲିକୁଦା ଥାନା ଅନ୍ତର୍ଗତ ଓଷକଣା ଗ୍ରାମର ବାନାମ୍ବର ବେହେରାଙ୍କ ସହଧର୍ମିଣୀ ତଥା ସାମ୍ବାଦିକ ପଞ୍ଚାନନ ବେହେରାଙ୍କ ମା ଶସିଲତା ବେହେରା ( ୯୫) । ବାଧ୍ୟକ୍ୟ ଜନିତ ଯୋଗୁ ଅସୁସ୍ତହୋଇ କିଛି ମାସ ଧରି ଘରେ ଚିକିତ୍ସା ହେଉଥିଲେ । ରବିବାର ସକାଳ ୭ ଘଟିକାରେ ତାଙ୍କର ଶ୍ୱାସକ୍ରିୟା ବନ୍ଦ ହୋଇଯାଇଥିଲା । ସ୍ୱର୍ଗତ ଶସିଲତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ସ୍ୱାମୀଙ୍କ ସମେତ ପୁଅ ନିରଞ୍ଜନ, ଖିରୋଦ , ବବୁରାମ ଓ ପ୍ରହଲ୍ଲାଦ ବେହେରାଙ୍କ ସହିତ ବୋହୁସଂଯୁକ୍ତା , ହରପିୟା ବେହେରାଙ୍କ ସହିତ ନାତି, ନାତୁଣୀ ମାନେ ଉପସ୍ଥିତ ରହିଥିଲେ । ଗ୍ରାମ ଶ୍ମଶାନରେ ତାଙ୍କର ଅନ୍ତିମ ସତ୍କାର କରାଯାଇଥିଲା । ଶସିଲତା ଜଣେ ଧର୍ମ ପରାୟଣ, ମିଷ୍ଟବାସୀ, ପରୋପକାରୀ, ମେଳାପି ମହିଳା ଭାବେ ଅଞ୍ଚଳରେ ବେଶ ଜଣାଶୁଣା ଥିଲେ । ଶସିଲତାଙ୍କ ବିୟୋଗରେ ସ୍ଥାନୀୟ ୍ରଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

 ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର 

Blog Archive

Popular Posts