ଭିଡିଓ ବାର୍ତ୍ତା ମାଧ୍ୟମରେ ଜନ୍ମ ଦିବସ ପାଳନ
ପୁରୀ ----- ଯୁବ ଇଞ୍ଜିନିୟର ନିଜର ଜନ୍ମ ଦିନ ନିଆରା ଢ଼ଙ୍ଗରେ ପାଳନକରିଛନ୍ତି । ବିଦେଶରେ ରହି ମଧ୍ୟ ନିଜର ଜନ୍ମ ଦିନ ଭିଡିଓ ବାର୍ତ୍ତା ମାଧ୍ୟମରେ ପାଳନ କରିଛନ୍ତି । ପୁରୀ ଜିଲ୍ଲା ନିମାପଡାର ଯୁବ ଇଞ୍ଜିନିୟର ମାନସ ରଞ୍ଜନ ସାହୁ ଏବେ ଲଣ୍ଡନରେ ରହିଛନ୍ତି । ତାଙ୍କର ଜନ୍ମ ଦିନଟି ହୋପ ଇଜି ଲାଇଫି ର ବୃଦ୍ଧାଶ୍ରମରେ ଭିଡିଓ ବାର୍ତ୍ତାଳପ ମାଧ୍ୟମରେ ପାଳନ କରିଛନ୍ତି । ଏପରିକି ଅନ୍ତେବାସୀ ମାନଙ୍କ ସହ କିଛି ସମୟ ଭିଡିଓ କଲ ମାଧ୍ୟମରେ ବାର୍ତ୍ତାଳାପ କରିଥିଲେ । ମାନସ ପ୍ରତି ବର୍ଷ ଅନାଥାଶ୍ରମ ଓ ବୃଦ୍ଧ୍ାଶ୍ରମରେ ପାଳନ କରିଥାନ୍ତି । ଭିଡିଓ କଲ ମାଧ୍ୟମରେ ବୃଦ୍ଧାଶ୍ରମର ଅନ୍ତେବାସୀ ମାନେ କେକ କାଟି ନିଜ ନିଜ ମଧ୍ୟରେ ବାଣ୍ଟିଥିଲେ । ଏହି ଅବସରରେ ଅନ୍ତେବାସୀ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରିଥିଲେ । ମାନସ ଜଣେ ଆଇଆଇଟି ଖଡଗପୁର ୨୦୦୫ ବ୍ୟାଚର ପାସଆଉଟ ବୋଲି ଜଣାପଡିଛି । ଅନ୍ତେବାସୀ ମାନେ ମାନସଙ୍କୁ ଆର୍ଶିବାଦ ପ୍ରଦାନ କରିଥିଲେ । କରୋନା ସମୟରେ ମାନସ ସମସ୍ତ ଯୁବ ଗୋଷ୍ଠୀ ମାନଙ୍କୁ ଏହିପରି ଜନ୍ମ ଦିନ ପାଳନ କରିବାକୁ ଅନୁରୋଧ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ହୋପ ଇଜି ଲାଇଫି ଓ ସମର୍ପଣ ଟ୍ରଷ୍ଟର ସଦସ୍ୟ ମାନଙ୍କ ଦ୍ୱାରା ପରିଚାଳନା କରିଥିଲେ । ଶେଷରେ ଅନ୍ତେବାସୀ ମାନଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା ।
ପୁରୀରୁ ଜୟନ୍ତ କୁମାର ସେଠୀ