Breaking News

ବରୀ ଶହୀଦ ଦିବସରେ ଗଣଧାରଣା



ବରୀ -  ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ କାଇପଡା କଳାମାଟିଆ ଠାରେ ସ୍ୱାଧୀନତା ସଂଗ୍ରାମରେ  ୧୯୪୨ମସିହା ଅଗଷ୍ଟ ୨୬ତାରିଖ ଦିନ ବରୀ ଅଞ୍ଚଳର ୪ଜଣ  ବ୍ରିଟିଶ  ସିପାହୀ ଗୁଳିରେ ଶହୀଦ ହୋଇଥିଲେ। କିନ୍ତୁ ଦୁଃଖ ଓ ପରିତାପର ବିଷୟ  ଯେ ଦଶମ ଶ୍ରେଣୀ ଇତିହାସ ବହିରେ ୨୦୧୩ମସିହାରୁ  ବରୀର ଶହୀଦପୀଠ ଓ ଶହୀଦଙ୍କ  ତ୍ରୁଟିପୂର୍ଣ୍ଣ ତଥ୍ୟ ଉପସ୍ଥାପନା ହୋଇଛି। ଏହାକୁ ସଂଶୋଧନ ଓ ଶହୀଦପୀଠର ସମ୍ମାନ ପାଇଁ ବରୀ ତହସିଲ କାର୍ଯାଳୟ ସମ୍ମୁଖରେ ବରୀ ଶହୀଦ ଦିବସ ଉପଲକ୍ଷେ ସାମାଜିକ ଦୂରତା ରକ୍ଷାକରି ୧୨ଘଣ୍ଟିଆ ଶାନ୍ତିପୂର୍ଣ୍ଣ ଗଣଧାରଣା ଦିଆଯାଇଥିଲା । କୁଳମଣି ଶୁକ୍ଳଙ୍କ ନେତୃତ୍ୱରେ ବରୀ ଅଞ୍ଚଳର ବହୁ ବୁଦ୍ଧିଯିବି, ଛାତ୍ର, ଯୁବକ, ସାମାଜିକ କର୍ମୀ ଓ ସାମାଜିକ ସଂଗଠନର କର୍ମଚାରୀ ଯୋଗ ଦେଇ ନିଦା କରିଛନ୍ତି।  ଅନ୍ୟମାନଙ୍କ ମଧ୍ୟରେ ଦୁର୍ଯ୍ୟୋଧନ ଶତପଥି, ନିମାଇଁ ରାୟ, ମାର୍କଣ୍ଡ ଚରଣ ନାୟକ, ଭୂପତି ମଲ୍ଲିକ, କୁଞ୍ଜ ବିହାରୀ ଦାଶ, ସତ୍ଯରଞ୍ଜନ କର, ପ୍ରଶାନ୍ତ ପଢିଆରି, ପ୍ରଶାନ୍ତ କୁମାରବେହୁରା, ବିବେକାନନ୍ଦ ନାଥ, ସୀତାରାଣୀ ଦେଓ, ସ୍ମିତା ସାମଲ, ଦେବବ୍ରତ ଦାସ, ମାଧ୍ୟବାନନ୍ଦ ଶାନ୍ତି, ବଲ୍ଲଭ ଜେନା, ବିଶ୍ବନାଥ ତ୍ରିପାଠୀ, ଶୁକଦେବ ପରିଡା, ମାନସୀ ରଣା, ଆଶୁତୋଷ ପରିଡା, ତରଣୀସେନ୍ ମଲ୍ଲୀକ, ରବିନ୍ଦ୍ର କୁମାର ଯେନା, ଲକ୍ଷ୍ମୀଧର ଜେନା, ଅରୁଣ କୁମାର ଯେନା, , ଶୁଶାନ୍ତ ବିଶ୍ବାଳ, ରଶ୍ମି ରଞ୍ଜନ ଜେନା, ପଙ୍କଜିନୀ ଉପାଧ୍ଯାୟ ପ୍ରମୁଖ ଗଣଧାରଣାରେ ସାମିଲ ଥିଲେ। 
ବରୀ ରୁ ଦର୍ଶନ ବେହେରା

Blog Archive

Popular Posts