ରାଜୁଆ ଓ ଦୟା ନଦୀର ସଂଗ୍ରମ ସ୍ଥଳରେ ୨ଶହପୁଟ ଲମ୍ବାର ଘାଇ ; ୨୦ ଗୋଟି ଗ୍ରାମ ଏବେ ଜଗମଗ୍ନ, ୫୦ରୁ ଅଧିକ ଗ୍ରାମ ବାହ୍ୟ ଜଗତରୁ ବିଛନ୍ନ
ଡେଲାଙ୍ଗ---- ପୁରୀ ଜିଲ୍ଲାର ଦୟାନଦୀରୁ ତିରମଲ୍ଲ ନିକଟରେ ଦୟାରୁ ବାହାରିଛି ରାଜୁଆ ନଦୀ । ରବିବାର ଭୋର ୫ଟା ସମୟରେ ଦୟା ନଦୀରେ ବନ୍ୟା ଜଳ ପ୍ରବାହିତ ହେବାରୁ ରାଜୁଆ ନଦୀରେ ବନ୍ୟା ଜଳ ପ୍ରବାହିତ ହୋଇଥିଲା । ଦୟା ଓ ରାଜୁଆ ନଦୀର ସଂଗ୍ରମ ସ୍ଥଳ ତଥା ତିରମଲ୍ଲ ନିକଟରେ ଖୋର୍ଦ୍ଧା ପଟକୁ ୧ଶହପୁଟ ଲମ୍ବାର ଏକ ଘାଇ ହୋଇଥିଲା ।ଏହା କ୍ରମେ କ୍ରମେ ପାଣିର ସ୍ରୋତରେ ୨ଶହ ଫୁଟ ନଦୀବନ୍ଦ ଖାଇ ଗଲାଣି । ବିଶେଷ କରି ହଳଦିଆପଡା ଗ୍ରାମ ରାସ୍ତା ଏବେ ନଦୀ ଗର୍ଭରେ ଲୀନ ବେହାକୁ ଯାଉଛି । ଅଭିଭକ୍ତ ପୁରୀ ଜିଲ୍ଲାର ଡେଲାଙ୍ଗ, କଣାସ, ଜଟଣୀ ଓ ଖୋର୍ଦ୍ଧାର ପ୍ରାୟ ୫୦ରୁ ଅଧିକ ଗ୍ରାମ ଏବେ ବାହ୍ୟ ଜଗତରୁ ବିଚ୍ଛନ୍ନ ହୋଇ ଯାଇଛି । ମାତ୍ର ଘାଇ ନିକଟକୁ ବା ଗ୍ରାମବାସୀଙ୍କ ପାଖରେ ଜଳସେଚନ, ତହସିଲ ବା ବ୍ଳକ ପ୍ରଶାସନ ଏ ପର୍ଯ୍ୟନ୍ତ ପହଞ୍ଚି ପାରି ନାହାନ୍ତି ବୋଲି ଲୋକମାନେ ଅଭିଯୋଗ ଆଣିଛନ୍ତି । ସ୍ଥାନୀୟ ଗ୍ରାମାବସୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି କହନ୍ତି । ସେହିପରି ଏହି ଘାଇ ହେବା ଦ୍ୱାରା ଡେଲାଙ୍ଗ ବ୍ଳକର ଘନିପୁର ଗ୍ରାମ ପଞ୍ଚାୟତର ବୁଡାଙ୍ଗେରା, ବିର୍ତ୍ତିପୁର, ଯୋରକଣି ,ତିଗିରିଆ ଗ୍ରାମ ଗୁଡିକ ଏବେ ପାଣି ଘେରରେ ରହିଥିବା ଜଣାପଡିଛି । ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର ଆଚାରୀଆ ଓ ବିଡିଓ କ୍ଷୀରୋଦ୍ର ପ୍ରଧାନ ବନ୍ୟା ଅଞ୍ଚଳ ପରିଦର୍ଶନ କରି ଜିଲାପାଳଙ୍କୁ ରିର୍ପୋଟ ଦେଇଥିବା ଜଣାପଡିଛି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି