Breaking News

ଦାରୁ ଦିଅଁଙ୍କ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ


 ପୁରୀ ----- ଚାଳିଶ ବାଟିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାଳିବାଲିଆ ଗ୍ରାମରେ  ବାବା ନୀଳକଣ୍ଠେଶ୍ୱର ଦେବଙ୍କ ମନ୍ଦିର ଚତୁର୍ପାଶ୍ୱରେ ଦାରୁ ଦିଅଁଙ୍କ ପାଇଁ ଗଛଟିଏ  ଆହ୍ୱାନକୁ ସଫଳ କରିବା ପାଇଁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବୃକ୍ଷରାଜର ସୁରକ୍ଷା ଓ ସମୃଦ୍ଧି  ନିମନ୍ତେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା ।

ପ୍ରଥମେ ଦୀପଦାନ କରାଯିବା ସହ ସଂକୀର୍ତ୍ତନ କରାଯାଇ ଚାରା ରୋପଣର ଶୁଭାରମ୍ଭ କରାଯାଇଥିଲା । ଝାଉଁ, ନିମ୍ବ, ଅଁଳା, କରଞ୍ଜ, ସୁନାରି ଇତ୍ୟାଦି ବୃକ୍ଷ ଚାରା ରୋପଣ କରାଯାଇଥିଲା । ମାଳି ବାଲିଆ ଗ୍ରାମ ବାସୀ ଓ ଆମେ ଶ୍ରୀକ୍ଷେତ୍ରବାସୀ ଅନୁଷ୍ଠାନର ମିଳିତ ସହଯୋଗରେ ବୃକ୍ଷ ରୋପଣ ଓ ସେୁଚତନତା କାର୍ଯ୍ୟକ୍ରମ କରାଯାଇଥିଲା ।  ଗ୍ରାମ୍ୟ କମିଟିର  ସଭାପତି ମୁକୁନ୍ଦ ମହାପାତ୍ରଙ୍କ ଆହ୍ୱନ କ୍ରମେ ଗ୍ରାମର ସମସ୍ତ ଗ୍ରାମବାସୀ ମାନେ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସହଯୋଗ କରିଥିଲେ । ଗ୍ରାମକୁ ସବୁଜିମା କିପରି କରାଯାଇ ପାରିବ ଏବଂ ଗ୍ରାମରେ କୌଣସି ଯାଗାରେ ଖୋଲାଯାଗା ରଖାଯିବ ନାହିଁ ସମସ୍ତ ସରକାରୀ ଓ ବେସରକାରୀ ଜମି ଗୁଡଇକରେ ବ୍ୟପାକ ବୃକ୍ଷ ରୋପଣ କରାଯିବା ଉପରେ ଗ୍ରାମବାସୀ ମାନେ ମତ ପ୍ରକାଶ କରିଥିଲେ । ଗ୍ରାମ ସଭାପତିଙ୍କୁ ସବୁଜ ସଂଗ୍ରାମ ସମ୍ମାନରେ ସମ୍ମାନୀତ କରାଯାଇଛି ।  ଶ୍ରୀକ୍ଷେତ୍ରବାସୀ ଅନୁଷ୍ଠାନ ପକ୍ଷରୁ  ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ, ଆଇନଜୀବୀଦୀପକ ପଣ୍ଡା, ରଙ୍ଗସାଳା ନିର୍ଦ୍ଦେଶକ  ବିକ୍ରମ ସାହୁ, କବି କାମଦେବ ମହାରଣା, ସମାଜସେବୀ ବ୍ରଜକିଶୋର ସାହୁ, ମହେନ୍ଦ୍ର ସାହୁ ଅତିଥି ଭାବେ ସାହୀଭାଇ ଅନୁଷ୍ଠାନର ସମ୍ପାଦକ ଚନ୍ଦ୍ର ଶେଖର ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ଅଜୟ ପ୍ରଧାନ ଓ ସତ୍ୟନାରାୟଣ ସାହୁ । 

ପୁରୀରୁ ଜୟନ୍ତ କୁମାର ସେଠୀ 

Blog Archive

Popular Posts