Breaking News

ବୃଦ୍ଧାଶ୍ରମର ଅନ୍ତେବାସୀଙ୍କୁ ହୋମିଓପ୍ୟାଥିକ ଔଷଧ ବଣ୍ଟନ


ଓଡ଼ଗାଁ / କୁରାଳ -:ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଓଡଗାଁ ଶ୍ରୀସତ୍ୟସାଇ ଆଧ୍ୟାତ୍ମିକ ଶିକ୍ଷା ଓ ସେବା କେନ୍ଦ୍ର ଆନୁକୂଲ୍ୟରେ ପଥରା ସ୍ଥିତ ଵୃଦ୍ଧାଶ୍ରମ ଅନ୍ତେବାସୀଙ୍କୁ ହୋମିଓ ପାଥିକ ଔଷଧ ସହିତ ହାତଧୂଆ ସାବୁନ ବିତରଣ କରାଯାଇଛି | ସତ୍ୟସାଇ ସେବା ସମିତି ଆବାହକ ଚନ୍ଦନ କୁମାର ପାତ୍ର ଓ ସାଇ ସେବା କେନ୍ଦ୍ର ଅଧ୍ୟକ୍ଷ ଆଦର୍ଶ କୁମାର ପଟ୍ଟନାୟକ ଵୃଦ୍ଧାଶ୍ରମ ଅନ୍ତେବାସୀଙ୍କୁ କରୋନା ସତର୍କତା ନିମିତ୍ତ ଆବଶ୍ୟକ ସଚେତନତା ବାର୍ତ୍ତା ପ୍ରଦାନ କରିବା ସହିତ ସାମଗ୍ରୀ ବିତରଣ କରିଥିଲେ | ଆଜିର ଏହି ବଣ୍ଟନ ସମୟରେ ଆଶ୍ରମ ସଂସ୍ଥାପକ ଶଶୀ ଭୂଷଣ ଆଚରି ସପତ୍ନୀକ ଉପସ୍ଥିତ ରହି ଓଡ଼ଗାଁ ସାଇସେବା ସଂଗଠନର କର୍ମକର୍ତ୍ତାଙ୍କୁ ଏଭଳି ଉତ୍ତମ ପ୍ରୟାସ ନିମିତ୍ତ ସାଧୁବାଦ ଦେବା ସଙ୍ଗେସଙ୍ଗେ ଧନ୍ୟବାଦ ମଧ୍ୟ ଅର୍ପଣ କରିଥିଲେ ।
ଏହା ପୂର୍ବରୁ ମଧ୍ୟ ଓଡ଼ଗାଁ ଆଦର୍ଶ ଥାନା ,ବ୍ଲକ ତହସିଲ ଏବଂ ଏନ.ଏସି କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ସଂଗଠନ ତରଫରୁ ଔଷଧ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଅଛି ।
ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

Blog Archive

Popular Posts