ଡେଲାଙ୍ଗରେ ୬୩ ଜଣଙ୍କ ସ୍ବାବ ସଂଗ୍ରହ
ଡେଲାଙ୍ଗ ----- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ ଅନ୍ତର୍ଗତ କଲ୍ୟାଣପୁର ପଞ୍ଚାୟତରୁ ବୁଧବାର ୬୩ଜଣଙ୍କ ସ୍ୱାବ ସଂଗ୍ରହ କରାଯାଇ ପରିକ୍ଷା କରାଯାଇଥିବା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୁଚନା ମିଳିଛି । ଡେଲାଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ନିଜସ୍ୱ ଟିମ ଦ୍ୱାରା କଲ୍ୟାଣପୁର ପଞ୍ଚାୟତ ଅଧିନସ୍ଥ ହରିପୁର,କଲ୍ୟାଣପୁର ବାଲିହୁଙ୍କା,ସେବତୀପୁର,ନୁଆହାଟ, ଆଦି ବିଭିନ୍ନ ଗ୍ରାମରୁ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଓ ଲ୍ୟାବ ଟେକ୍ନେସିଆନଙ୍କ ଦ୍ୱାରା ୬୩ଜଣଙ୍କ ସ୍ୱାବ ପରିକ୍ଷା କରାଯାଇଛି । ସେଥିମଧ୍ୟରୁ ଆଣ୍ଟିଜେନ ଟେଷ୍ଟ ୩୯ଜଣଙ୍କର କରାଯାଇଥିବା ବେଳେ୨୪ଜଣଙ୍କର ଲ୍ୟାବ ଟେଷ୍ଟ ପାଇଁ ସ୍ୱାବ ଭୁବେନେଶ୍ୱର ପଠାଯାଇଥିବା ଡେଲାଙ୍ଗ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ବିପିଏମ ଦିଲିପ କୁମାର ପରିଡାଙ୍କ ଠାରୁ ସୁଚନା ମିଳିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି