ବନ୍ୟା ଘେରରେ ରହିଥିବା ପରିବାର ମାନଙ୍କୁ ଉଦ୍ଧାର କଲା"ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ୍"
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:-ବରଗଡ଼ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଜଳମଗ୍ନ ହୋଇ ଏକ ଭୟଙ୍କର ପରିବେଶ ସୃଷ୍ଟି ହୋଇଛି । ଏହା ସହ କେତେ ରାସ୍ତା ଘାଟ ଧୋଇ ହୋଇ ଲୋକଙ୍କ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।ସେହିପରି ମହାନଦୀ ର ବନ୍ୟା ଜଳରେ ବୁଡି ରହିଥିବା ବରଗଡ଼ଜିଲ୍ଲା ଭଟଲି ନିର୍ବାଚନ ମଣ୍ଡଲି ଅମ୍ବାଭୋନା ବ୍ଲକ ର ଚିଖଲି ଗାଁ। ଗାଁ ର ପ୍ରାୟ ୭୦୦-୮୦୦ ଲୋକ ପାଣି ଘେରରେ ରହିଯାଇଥିଲେ। ସେହି ପାଣି ଘେରରେ ଥିବା ବନ୍ୟା ପ୍ରପୀଡ଼ିତ ମାନଙ୍କୁ ଅପରାହ୍ନ ୩ଟା ରୁ ରାତି ୧୦ଟା ପର୍ଯ୍ୟନ୍ତ ଉଦ୍ଧାର କରିବା ସହ କିଛି ଲୋକଙ୍କୁ ନିକଟସ୍ଥ ଗଣ୍ଠିଆପାଲି ଗ୍ରାମର ସ୍କୁଲରେ ରଖାଯାଇଛି।ଅନେକ ପରିବାର ପକ୍କା ଘରଥିବା ପାଣି ଘେରରେ ଫସି ରହିଛନ୍ତି। ସ୍ଥାନୀୟ ସରପଞ୍ଚ ବନ୍ୟା ପ୍ରପୀଡ଼ିତ ଲୋକଙ୍କ ପାଇଁ ଖାଦ୍ୟ ପେୟର ବ୍ୟବସ୍ଥା କରିଥିବାବେଳେ ଆଗାମୀ ସମୟରେ "ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ୍" ସମସ୍ତଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।ସେହିପରି ପ୍ରଶାସନ,ଲୋକ ପ୍ରତିନିଧି ଓ ଜନସାଧାରଣଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ ଏକ ଉଦାହରଣ ସାଜିଛନ୍ତି "ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ୍" ।ଏପରି ଘଡିସନ୍ଧି ମୁହୂର୍ତ୍ତରେ "ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ" କୁ ବୁଦ୍ଧିଜୀବୀ ମହଲରେ ବହୁ ପ୍ରଶଂସନୀୟ ପଦକ୍ଷେପ ବୋଲି ଚର୍ଚ୍ଚା ହେଉଛି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍