Breaking News

ବାଲି ଟ୍ରାକ୍ଟରକୁ ଜବତ କରି ଲେବରଙ୍କ ଖାଦ୍ୟ ଛଡାଉଛନ୍ତି ବିଡିଓ


- କନ୍ଧମାଳ----- କରୋନା ସମୟରେ  ଗରିବ ,ଲେବର ଶ୍ରେଣିର ଲୋକମାନେ ବହୁତ ହନ୍ତସନ୍ତ ହୋଇ ଭୋକ ଉପବାସରେ ଦିନ କାଟୁଛନ୍ତି ।   ସେମାନଙ୍କୁ କାମ ଯୋଗାଇଛନ୍ତି କିଛି ଟ୍ରାକ୍ଟର ମାଲିକ । କିନ୍ତୁୁ ଏହି ଲେବର ମାନେ ବତ୍ତମାନ କାମ ହରାଇବାର ସମ୍ଭାବନା ସୃଷ୍ଟି ହୋଇଛି  ।  ବାଲିଗୁଡା ତହସିଲଦାର ଦାଇତ୍ବରେ ଥିବା ବିଡିଓ  ନଦୀ,ନାଳରୁ ବାଲି ଉଠାଉଥିବା କିଛି ଟ୍ରାକ୍ଟରକୁ ଜବତ କରି ଟ୍ରାକ୍ଟର ପିଛା ,ଦଶହଜାର ଫାଇନ କାଟୁଥିବା ଟ୍ରାକ୍ଟର ମାଲିକମାନେ ଅଭିଯୋଗ କରିଛନ୍ତି ।ଏହି କୋଭିଡି ମହାମାରୀ ସମୟରେ ଆଜକୁ ପାଞ୍ଚମାସ ହେଲା ଗାଡି ଠିଆ କରି ନିଜର ଜିବିକା ହରାଇ ଦୟନିୟ ଅବସ୍ଥାରେ ରହିଛନ୍ତି । କେତେକ ମାଲିକମାନେ ଗାଡି କିସ୍ତି  ମଧ୍ୟ ଦେଇ ପାରୁ ନାହାନ୍ତି । ଟ୍ରାକ୍ଟର ମାଲିକମାନେ ପ୍ରଶାସନର କିଛିମାତ୍ରାରେ କୋହଳ କରିଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ବିଜୁପକାଘର କାମ ଚାଲୁରଖିବାକୁ ଅନୁମତି ଦେଇଥିଲେ ।ଏହି ଘର କାମ ପାଇଁ ଟ୍ରାକ୍ଟରେ ବାଲି ଉଠାଇ ଘରପୈଠ ବାଲି ଏହି ଟ୍ରାକ୍ଟର ମାଲିକମାନେ ଦେଇଥାନ୍ତି ।  କିନ୍ତୁୁ ଏହି କରୋନା ସମୟରେ ତହସିଲଦାରଙ୍କ ଦାଇତ୍ବରେ ଥିବା ବିଡିଓ  କିଛି ଗାଡିକୁ ଜବତ କରି ସେମାନଙ୍କ ଠାରୁ ଦଶହଜାର ଟଙ୍କା ଫାଇନ କାଟିବା ପାଇଁ ଅଡିବସିଥିବାରୁ ଟ୍ରାକ୍ଟରମାଲିକ ମାନଙ୍କ ମଧ୍ୟରେ ଘୋର ଅସୋନ୍ତୋଷ ଦେଖାଦେଇଛି ।ଏହାକୁ ନେଇ ଟ୍ରାକ୍ଟର ମାଲିକ ସଂଘ ଟ୍ରାକ୍ଟର ଚଳାଚଳ ବନ୍ଦ କରିବାକୁ ନିଷ୍ପତି ନେଇଛି ।ଏପଟେ ଆଜକୁ ବର୍ଷେ ବିତିଯାଇଥିଲେ ମଧ୍ୟ ବାଲିଘାଟ ଟେଣ୍ଡର ସ୍ଥଗିତ ରଖାଯାଇଛି ଯାହାଫଳରେକି ଟ୍ରାକ୍ଟର ମାଲିକମାନେ ଚୋରାରେ ବାଲି ଉଠାଇବାକୁ ବାଧ୍ୟ ହୋଉଛନ୍ତି ।ଯଦି ଏଭଳି ବାଲି ଟ୍ରାକ୍ଟର ଜବତ ପ୍ରକିୟା ଚାଲେ ତାହାହେଲେ ଟ୍ରାକ୍ଟରରେ କାମ କରୁଥିବା ଲେବର,ଡ୍ରାଇଭର କାମ ନପାଇ ଭୋକ ଉପାଶରେ ପରିବାର ରହିବାର ସମ୍ଭାବନା ଅଧିକ ।ଏପଟେ ବାଲିପାଇଁ ଶହ,ଶହ ଲେବର କାମ ହରାଇବା ସହିତ ଠିକ୍ ସମୟରେ ବାଲିନପାଇ ପ୍ରଧାନମନ୍ତ୍ରୀ ଆଭାସ ଯୋଜନା,ବିଜୁପକାଘର ଭଳି ସରକାରୀ ଉନ୍ନୟନ କାଯ୍ୟ ଠିକ୍ ସମୟରେ ସରିବା ନେଇ ଅନିଶ୍ଚିତତା ଦେଖାଦେବାର ସମ୍ଭାବନା ଅଛି  ।ତେଣୁ ପ୍ରଶାସନ ଏହି ଦିଗରେ ଦୃଷ୍ଟିଦେଇ କରୋନା ମହାମାରୀ ସମୟରେ  ପ୍ରଶାସନ ଏହି ଦିଗରେ ଦୃଷ୍ଟିଦେଇ କରୋନା ମହାମାରୀ ସମୟରେ ଖଟିଖିଆ ଲେବର ମାନଙ୍କ ଜୀବିକା ଛଡାଇ ନନେବାକୁ ସାଧାରଣରେ ଦାବୀ ହେଉଛି ।  କିଛି ରୟାଲିଟ କଟାଯାଇ କରୋନା ମହାମାରୀ ପାଇଁ କୋହଳ କରି ଏହି ଟ୍ରାକ୍ଟର ଗୁଡିକୁ ବାଲି ଉଠାଇବାକୁ ଅନୁମତି ଦେବାକୁ ସ୍ଥାନୀୟ ନାଗରିକ ମଞ୍ଚ ଦାବୀ କରିଛି ।
କନ୍ଧମାଳରୁ ମନୋଜ କୁମାର ପଣ୍ଡା

Blog Archive

Popular Posts