ସାକ୍ଷୀଗୋପିନାଥ ମନ୍ଦିରରେ ମା ରାଧାଙ୍କ ଜନ୍ମୋବିଧି ନିତୀ ଅନୁଷ୍ଠିତ
ସାକ୍ଷୀଗୋପାଳ------ ସାକ୍ଷୀଗୋପିନାଥ ମନ୍ଦିରରେ ବୁଧବାର ଭଣ୍ଡଧୂପ ପରେ ଗର୍ଭଗୃହ ବିଶୋଧନ ମା ରାଧାଙ୍କୁ ପୂର୍ଣ୍ଣସ୍ନାନ କରାଯିବା ପରେ ନୂତନ ବସ୍ତ୍ର ଲାଗି କରାଯାଇଥିଲା । ପରେ ଭଦ୍ରମଣ୍ଡଳ ପଡିବା ପରେ ମା ରାଧାଙ୍କ ଜନ୍ମୋବିଧି ନିତୀ ମନ୍ଦିର ସେବାୟତଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା । ଦ୍ୱିପହର ଧୂପରେ କୋରା ଭୋଗ କରାଯିବା ପରେ ଆଳତି ଓ ଉପଚାର କରାଯାଇଥିଲା । ରାଜ୍ୟରେ କରୋନା ଯୋଗୁ ସମସ୍ତ ଯାନିଯାତ୍ରା ଉପରେ ରୋକ ଲଗାଯାଇଛି । ଏହାକୁ ନଜର କରି ସାକ୍ଷୀଗୋପାଳ ଭଜନ କମିଟି ପକ୍ଷରୁ ଏ ବର୍ଷ ମନ୍ଦିର ସମ୍ମୁଖରେ ଥିବା ମଶାଣିଚଣ୍ଡି ସମୁଖରେ ବିଶ୍ୱଶାନ୍ତି ମହାଯଜ୍ଞ ପରିବର୍ତ୍ତେ ଏକ ହୋମ କରାଯାଇଥିଲା । ଭଜନ କମିଟିର ସ୍ଥାୟୀ ସଭାପତି ତଥା ବିଶିଷ୍ଟ ସମାଜସେବୀ ଓ ଶିଳ୍ପପତି ଶ୍ରୀ ନାରାୟଣ ପାତ୍ରଙ୍କ ତତ୍ୱବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କରୋନା ଯୋଗୁ ସମସ୍ତ କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇଛି ବୋଲି ଅନୁଷ୍ଠାନ ପକ୍ଷରୁ ଜଣାଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି