Breaking News

ଚାଇଁପୁର ଗ୍ରାମ ପଞ୍ଚାୟତରୁ ୮୬ ଜଣଙ୍କର ସ୍ୱାବ ସଂଗ୍ରହ

  

ଡେଲାଙ୍ଗ------- ଡେଲାଙ୍ଗ ବ୍ଳକର ପ୍ରଥମ କରି  ଚାଇଁପୁର ଗ୍ରାମ ପଞ୍ଚାୟତର ଭାରତ ନିର୍ମାଣ ରାଜୀବ ଗାନ୍ଧି ସେବା କେନ୍ଦ୍ର ପରିସରରେ ୮୬ ଜଣଙ୍କର ଶନିବାର ସ୍ୱାବ ସଂଗ୍ରହ କରାଯାଇଛି । ସ୍ଥାନୀୟ ସରପଞ୍ଚ ପ୍ରଦ୍ୟୁମ୍ନ ପରିଡା ଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବିଶେଷ ସଫଳ କରିବାରେ ମୁଖ୍ୟ ଭୁମିକା ଗ୍ରହଣ କରିଥିଲେ ମହିଳା ସ୍ୱାସ୍ଥ୍ୟ କର୍ମୀ ଲକ୍ଷ୍ମୀ ଭୋଇଙ୍କ ସହ ଅଙ୍ଗନୱାଡି ଓ ଆଶା କର୍ମୀ ଜନସଚେତନତା କରିବା ଯୋଗୁ ଏହି କାର୍ଯ୍ୟକ୍ରମ ସଫଳ ହୋଇ ପାରିଛି । ସରପଞ୍ଚ ଶ୍ରୀ ପରିଡା ପ୍ରଥମେ ସ୍ୱେଚ୍ଛାକୃତ ଭାବେ  ସ୍ୱାବ ପରୀକ୍ଷା ପାଇଁ ଦେଇଥିଲେ । ଏହି ଅବସରରେ ନୂତନ ଭାବେ ନିଯୁକ୍ତି ପାଇଥିବା ମହିଳା ସ୍ୱାସ୍ଥ୍ୟ କର୍ମୀ ଦିପ୍ତୀରେଖା ସାହୁ ଉପସ୍ଥିତ ରହିଥିଲେ । ୱାର୍ଡ ସଭ୍ୟ ରବି ନାୟକ, ରମେଶ ମାଣ୍ଡିଆ, ରଘୁନାଥ ରାଉତରାୟ, ବିଶ୍ୱରଞ୍ଜନ  ପରିଡା, ରମେଶ ଚନ୍ଦ୍ର ପରିଡା  ନିଜ ନିଜର ସ୍ୱାବ ଦେବା ସହ କାର୍ଯ୍ୟକ୍ରମ ପରିଚାଳନରେ ସହଯୋଗ କରିଥିଲେ । ସେହିପିର ଡେଲାଙ୍ଗ ମେଡିକାଲର କର୍ମଚାରୀ ମାନେ ଯୋଗ ଦେଇଥିଲେ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts