Breaking News

ଖୋର୍ଦ୍ଧା ଜିଲ୍ଲାର କରୋନା ସଂକ୍ରମଣ ବୃଦ୍ଧିକୁ ନେଉ ଜଟଣୀରେ ଜିଲ୍ଲାପ୍ରଶାସନ ପକ୍ଷରୁ ଏନ୍ଫୋର୍ସମେଣ୍ଟ କାର୍ଯ୍ୟକ୍ରମ


ଜଟଣୀ -ଖୋର୍ଦ୍ଧା ଜିଲ୍ଲାରେ ମହାମାରୀ କରୋନାର ସ୍ଥିତି ବର୍ତ୍ତମାନ ପରିସ୍ଥିତିରେ ଗଞ୍ଜାମ ଜିଲ୍ଲାକୁ ପାର କରିଛି । ତେବେ ଏହି ପରିପ୍ରେକ୍ଷୀରେ ଆଜି ଜଟଣୀ ଅଞ୍ଚଳକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ହରିଭାଇନା ଛକ, ମହୁଲଗୁଡ଼ିଆ ଛକ, ଥାନାଛକ, ସୀତାରାମ ଛକ, ବଡ ବଜାର, ରାଜା ବଜାର ଠାରୁ କୁଡିଆରୀ ପର୍ଯ୍ୟନ୍ତ ସମସ୍ତ ଦୋକାନ ବୁଲି ବୁଲି ପରିସ୍ଥିତିକୁ ପରଖି କରୋନା ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ସମସ୍ତ ଦୋକାନ ପରିଦର୍ଶନ କରି ଦୋକାନୀ ଏବଂ ଗ୍ରାହକଙ୍କୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଏବଂ ଅଯଥାରେ ଗହଳି ନକରି ଜଣକ ପରେ ଜଣେ ସେବା ନେବାକୁ ବୁଝାଇଥିଲେ । 
ଏହା ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଢ ପଦକ୍ଷେପ ବିଶିଷ୍ଟ ପ୍ରଥମ କରୋନା ସଚେତନତା କାର୍ଯ୍ୟକ୍ରମ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଆଜି ପୂର୍ବାହ୍ନରେ ଜିଲ୍ଲାପାଳ ସନତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏ. ଡି. ଏମ. ମନୋଜ କୁମାର ପାଢ଼ୀ, ଉପ ଜିଲ୍ଲାପାଳ ଦେବବ୍ରତ ସାହୁ, ତହସିଲଦାର ପ୍ରେମାନସୁ ଚାନ୍ଦ, ବି. ଡି. ଓ. ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ଇ. ଓ. ତପନ କୁମାର ମହାପାତ୍ର, ଜଟଣୀ ଥାନା ଆଇ. ଆଇ. ସି. ବିଶ୍ୱରଂଜନ ସାହୁ ପ୍ରମୁଖ ଉପସ୍ଥିତଥିଲେ । ଆଜି ଲଘୁଚାପ ଜନିତ ପ୍ଲଵଳ ବର୍ଷା ଯୋଗୁଁ ଏନ୍ଫୋର୍ସମେଣ୍ଟ ଚଢ଼ାଉ ଫିକା ପଡ଼ିଥିବା ଦେଖିବାକୁ ମିଳିଛି । 

ଜଟଣୀରୁ -ରଙ୍ଗନାଥ ବେହେରା 

Blog Archive

Popular Posts