Breaking News

ଡେଲାଙ୍ଗରେ ସାମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ସମିକ୍ଷା କଲେ କଂଗ୍ରେସ ମୁଖପାତ୍ର


 ଡେଲାଙ୍ଗ--- ପୁରୀ ଜିଲ୍ଲାରେ  ବିଭିନ୍ନ ନଦୀରେ ବନ୍ୟାଜଳ ପ୍ରବେଶ କରିବା ଯୋଗୁ ଅଧିକଂଶ ନଦୀ ଏବେ ବିପଦ ସଙ୍କେତ ଉପରେ ଗତି କରୁଛି ।  ଡେଲାଙ୍ଗ ବ୍ଲକର ଦୟା ଓ ଲୁଣାନଦୀରେ ସାମ୍ଭାବ୍ୟ ବନ୍ୟା ଆଶଙ୍କାକୁ ନଜର କରି ଶୁକ୍ରବାର ନଦୀବନ୍ଧ ଓ ତାର  ଆଖପାଖ ଗ୍ରାମ ଗୁଡିକ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ଗ୍ରସ୍ତ କରି ସ୍ଥିତି  ସ୍ଥାନୀୟ ଲୋକମାନଙ୍କ ସହ ଆଲେଚନା କରିଛନ୍ତି । ଏହା ସହିତ ଡେଲାଙ୍ଗ ଜଳ ସେଚନ ବିଭାଗ ସହକାରୀ ଯନ୍ତ୍ରୀ ମକର ବେହେରାଙ୍କ ସହିତ ସାକ୍ଷାତ କରି ନଦୀ ବନ୍ଧର ତାଜା ସ୍ଥିତି ବିଷୟରେ ତାଙ୍କ ୁ ପଚାରି ବୁଝିବା ସହିତ ଜିଲ୍ଲା ପ୍ରଶାସନ କିପରି  ସାମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ  ପ୍ରସ୍ତୁତ ରହିଛନ୍ତି ସେ ସମ୍ପର୍କରେ ଆଲେଚନା କରିଥିଲେ । ସ୍ଥିତି ଅନୁଧ୍ୟାନ ସମୟରେ କୋଠବାଡ ପଞ୍ଚାୟତର ପୁର୍ବତନ ସମିତିସଭ୍ୟ ନିର୍ମଳ ପରିଡା,ହରେକୃଷ୍ଣ ପାଇକରାୟ,ଲକ୍ଷ୍ମିଧର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts