Breaking News

ପ୍ରଳୟଙ୍କରୀ ବନ୍ୟାର କରାଳ ବିଭିଷିକା, ଦୟା ଓ ରାଜୁଆ ସଂଗମ ସ୍ଥଳରେ ୨୦୦ଫୁଟ ଘାଇ, ୨ଜିଲାର ୩ ବ୍ଲକ ବନ୍ୟା ଘେରରେ



ଜଟଣୀ---- ପ୍ରଳୟଙ୍କରୀ ବନ୍ୟାର କରାଳ ବିଭିଷିକାରେ ରବିବାର ଭୋର ୪ଟାରେ ଜଟଣୀର ତିରିମଲଠାରେ ଥିବା ଦୟାବ୍ରିଜ ନିକଟ ତିମଲ-ମନ୍ଦାରବସ୍ତ ରାସ୍ତାର ଦୟା ଓ ରାଜୁଆ ନଦୀର ସଂଗମ ସ୍ଥଳଠାରେ ୨୦୦ଫୁଟ ଘାଇ ସୃଷ୍ଟି ହୋଇଛି । ଫଳରେ ଏହାର ପ୍ରଭାବରେ ପୁରୀ ଓ ଖୋଦ୍ଧାଜିଲାର ହଜାର ହଜାର ଗ୍ରାମ ବିପର୍ଯ୍ୟସ୍ଥ ଅବସ୍ଥାରେ ରହିଛି । ୨ଟି ଜିଲାର ୩ଟି ବ୍ଳକ ତଥା ଜଟଣୀ.ଡେଲାଙ୍ଗ ଓ କଣାସ ବ୍ଲକର ହଜାର ହଜାର ଗ୍ରାମର ଲକ୍ଷଲକ୍ଷ ଲୋକେ ଜଳବନ୍ଦୀ ମଧ୍ୟରେ ରହିଛନ୍ତି । ସେହିପରି ଜଟଣୀ ବ୍ଳକର ପ୍ରଧାନସାହୀ ପଞ୍ଚାୟତର କଂଟିଲୋ ଗ୍ରାମ ଓ ଏହାର ଆଖପାଖ ଗ୍ରାମଗୁଡିକ ବନ୍ୟାଘେରରେ ରହିଛି । ସମସ୍ତ ପ୍ରଭାବିତ ଅଂଚଳକୁ ସରକାରୀ ଅଧିକାରୀମାନେ ବୁଲି ସ୍ଥିତି ସମୀକ୍ଷା କରିବା ସହିତ ପିଡିତ ମାନଙ୍କୁ ଶୁଖିଲାଖାଦ୍ୟ ଯୋଗାଇ ଦେଇଥିଲେ । ଅନ୍ୟ ପକ୍ଷରେ ହୀରାକୁଦର ଜଳପତନ ଆଜି ରାତି ସୁଧା ଦଞ୍ଜା ଓ ରାଜୁଆ ନଦୀରେ ପ୍ରଭାହିତ ହେବାପରେ ଜଳପତନ ଆହୁରି ବୃଦ୍ଧି ପାଇବ । ଫଳରେ ବନ୍ୟା ଘେରରେ ରହିଥିବା ପିଡିତା ମାନଙ୍କର ଦୁର୍ଦଶା ଦ୍ବିଗୁଣିତ ହେବ ବୋଲି ଆଶା କରାଯାଉଛି । ଏନେଇ ରାଜନୈତିକ ଦଳ ତଥା କଂଗ୍ରେସ ଓ ଭାଜପା ଦଳର କର୍ମିମାନେ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ଏବେ ଧୀରେ ଧୀରେ ଜଟଣୀ ସହର ଚତୁପାର୍ଶ୍ଵରେ ବନ୍ୟାଜଳ ଘେରିବାକୁ ଲାଗିଲାଣି । ଘାଇ ସୃଷ୍ଟି ହେବା ସମୟରେ ଆଖପାଖର ଲୋକେମାନେ ପ୍ରକାଣ୍ଡ ଗର୍ଜନରେ ଭୟଭିତ ହୋଇଯାଇଥିଲେ । ବନ୍ୟାଜଳର ସ୍ରୋତ ଏଭଳିଥିଲା ଯେ, ବନ୍ଧରେ ଥିବା ସମସ୍ତ ବିରାଟକାୟ ବୃକ୍ଷଗୁଡିକୁ ଉପାଡ଼ିନେଇ ପୁରୀ ଜିଲା କଣାସ ବ୍ଲକ ଅନ୍ତର୍ଗତ ମନ୍ଦାରବସ୍ତ ହଳଦିଆପତା ଓ କଂଟାବଣିଆ ଗ୍ରାମର ପଛପଟେ ଥିବା କେତେକ ବ୍ୟକ୍ତିଙ୍କ ବାରିପଟେ ଯାଇ ଲାଗି ରହିଥିବା ଦେଖିବାକୁ ମିଳିଥିଲା । ଏପରିକି ଜଟଣୀ ବ୍ଳକ ତିରିମଲ ପଞ୍ଚାୟତର ତିରିମଲ ଗ୍ରାମରେ ବନ୍ୟାଜଳ ପ୍ରବେଶ କରିଥିବା ଦେଖିବାକୁ ମିଳିଛି । ଏହି ବନ୍ଧଟିରେ ଗତ ବନ୍ୟାରେ ମଧ୍ୟ ୩୦ଫୁଟର ଘାଇ ସୃଷ୍ଟି ହୋଇଥିଲା । ହେଲେ ଏହାର କୌଣସି ସ୍ଥାୟୀ ପ୍ରତିକାର କରାଯାଉନାହିଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ତିରିମଲ ବ୍ରିଜଠାରୁ ଦକ୍ଷୀଣ ଦିଗକୁ ୭ କିମି ଯାଇଥିବା ଏହି ମନ୍ଦାରବସ୍ତ ନଦୀ ବନ୍ଧଟି ଦୁର୍ବଳ ହୋଇଥିବା ଯୋଗୁଁ ଏପରି ଘଟଣା ଘଟୁଛି ବୋଲି ଲୋକେ କହିଛନ୍ତି । ଏହି ଅଣଓସାରିଆ ରାସ୍ତାଟି ସରକାରଙ୍କ ଜମିରେ ଅଧେ ଓ ଲୋକମାନଙ୍କ ଜମିରେ ଅଧେ ମିଳିତ ହୋଇ ରାସ୍ତା ନିର୍ମାଣ ହୋଇଛି । ଫସଲ ଉଜୁଡିଯାଇଥିବା ଜଣେ ବିଲର ମାଲିକ କହିଛନ୍ତି । ସେହିପରି ପୁରୀ କିଲା ଡେଲାଙ୍ଗ ମାଣତ୍ରୀ,ଯମୁନା ପ୍ରଭୁତି ଗ୍ରାମ ପାଣି ଘେରରେ ରହିଥିବା ବେଳେ କଣାସ ବ୍ଳକର ଛୋଟିଯୋତି. ହଳଦିଆପଡା,ଅଳାଯୋଡି.ଟିମେଇପୁର,ମନ୍ଦାରବସ୍ତ ଓ କଂଟାବଣିଆ ପ୍ରଭୃତି ୧୪ଟି ମୌଜାର ହଜାର ହଜାର ଲୋକେ ଦୁର୍ଦଶା ମଧ୍ୟରେ ଜିବନ ଅତିବାହିତ କରୁଥିବା ବେଳେ ହଜାର ହଜାର ହେକ୍ଟର ଚାଷଜମି ନଷ୍ଟ ହେବାର ଆଶଙ୍କା କରାଯାଉଛି ।
ଜଟଣୀରୁ -ରଙ୍ଗନାଥ ବେହେରା

Blog Archive

Popular Posts