ସମର୍ପଣ ଟ୍ରଷ୍ଟ ପକ୍ଷରୁ ଅସହାୟ ପରିବାରଙ୍କୁ ସାହାର୍ଯ୍ୟ
ପୁରୀ -----ରାଜ୍ୟରେ କରୋନା ଯୋଗୁ ସବୁ ଠପ ହୋଇଯାଇଛି । ଅନେକ ପରିବାର ସେମାନଙ୍କର ଚାଳି ଚଳନରେ ବହୁ ପରିବର୍ତ୍ତନ ହୋଇଯାଇଛି । ଏପରିକି ପରିବାର ଚଳାଇବା ବହୁ କଷ୍ଟକର ହୋଇପଡିଛି । କିଛି ଲୋକ ଅର୍ଥ ଅଭାବରୁ ଚିକିତ୍ସାରୁ ବଞ୍ଚିତ ହୋଇପଡିଛନ୍ତି । ଏପରି ସମୟରେ ପୁରୀର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସମର୍ପଣ ଟ୍ରଷ୍ଟ ପକ୍ଷରୁ ନରେନ୍ଦ୍ର କୋଣ ଅଞ୍ଚଳର ମଙ୍ଗଳାସାହି ଓ ପ୍ରେମାକୁଞ୍ଜାଲେନରେ ଦଳିତ ପରିବାରଙ୍କୁ ରାଶନ ସମାଗ୍ରୀ ପିନ୍ଧାବସ୍ତ୍ର ଓ ପରିବାର ପିଛା ୨ଶହ ଟଙ୍କା ସହାୟତା ପ୍ରଦନ କରାଯାଇଛି । ଏହି କାର୍ଯ୍ୟ ଅନୁଷ୍ଠାନ ପକ୍ଷରୁ ଜାରି ରହିବ ବୋଲି ଜଣାପଡିଛି । ଡଃ ଶୁଭେନ୍ଦ୍ର କୁମାର ମହାନ୍ତି, ସଂଘମିତ୍ରା ମହାନ୍ତି, ଦେବାଶିଷ ପାଣ୍ଡେ, ଅରୁଣ ମହାନ୍ତି ଓ ନମିତା ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ । ଅନୁଷ୍ଠାନର ସଦସ୍ୟ ବ୍ରଜ କିଶୋର ସାହୁ, ଓ ସତ୍ୟନାରାୟଣ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ଧୀରେନ୍ଦ୍ର ସେନାପତି