ଅଚିହ୍ନା ଯୁବକଙ୍କର ପରିଚୟ ମିଳିଲା
ପିପିଲି---ପିପିଲି ଥାନା ଅନ୍ତର୍ଗତ ପାଣିଦୋଳ ପଞ୍ଚ।।ୟତର ଅନନ୍ତପୁର ଗ୍ରାମସ୍ଥିତ ଦୟା ନଦୀ କୂଳରୁ ଏକ ଅଚିହ୍ନା ଯୁବକର ଶବକୁ ଶୁକ୍ରବାର ପିପିଲି ପୋଲିସ ଜବତ କରିଥିଲା । ପିପିଲି ଥାନା ଏକ ଅପମୃତ୍ୟୁ କେସନଂ ୯/୨୦ ରୁଜୁ କରି ଶବ ବ୍ୟବଛେଦ ପାଇଁ ପୁରୀ ପଠାଇବା ସହ ତଦନ୍ତ ଜାରି ରଖିଥଲା । ଯୁବକର ପରିଚୟ ପିପିଲି ପୋଲିସକୁ ମିଳିଛି । ଭୁବନେଶ୍ୱର ଗ୍ରିଡ୍ କଲୋନୀର ଗଙ୍ଗାଧର ମିଶ୍ର ଗୁରୁବାର ଦିନ ତାଙ୍କ ପୁଅ ଶଶାଙ୍କ ମିଶ୍ର ନିଖୋଜ ନେଇ ସହୀଦନଗର ଥାନାରେ ଅଭିଯୋଗ କରିଥିଲେ । ଦୟାନଦୀ କୂଳରୁ ଏକ ଯୁବକ ର ମୃତ ଶରୀରକୁ ପିପିଲି ପୁଲିସ ଜବତ କରିବା ଘଟଣା ବିଭିନ୍ନ ଖବର କାଗଜରେ ପ୍ରକାଶିତ ହୋଇଥିଲା । ଏହାକୁ ଆଧାର କରି କଣାସ ଥାନା ଅଧିନସ୍ଥ ଗଡସାହୀ ଗ୍ରାମର ଭୁବନେଶ୍ୱର ଗ୍ରିଡ୍ କଲୋନୀରେ ରହୁଥିବା ଗଙ୍ଗାଧର ମିଶ୍ର ଙ୍କ ପୁଅ ଶଶାଙ୍କ ମିଶ୍ର(୩୪)ବୋଲି ପିପିଲି ଥାନା ଅଧିକାରୀ ଗୈାରାଙ୍ଗ ପୁଷ୍ଟିଙ୍କ ଠାରୁ ପ୍ରକାଶ ।
ପିପିଲିରୁ ବିଜୟ କୁମାର ମହାପାତ୍ର