ଘରେ ଘରେ ଷଷ୍ଠୀ ଦେବୀଙ୍କ ପୂଜା
ସାକ୍ଷୀଗୋପାଳ----ସତ୍ୟବାଦୀରେ ସୋମବାର ଘରେ ଘରେ ଷଷ୍ଠି ଦେବୀଙ୍କ ପୂଜା ପାଳିତ ହୋଇଯାଇଛି । ପରିବାର ସନ୍ତାନ ସନ୍ତତି ମାନଙ୍କର ମଙ୍ଗଳ କାମନା କରି ଭାଦ୍ରବ ମାସ ଶୁକ୍ଳ ଷଷ୍ଠି ତିଥିଲେ ଷଷ୍ଠି ଦେବୀଙ୍କ ପୂଜା କରାଯାଇଥାଏ । ଘରେ ଥିବା ଶିଳପୁଆରେ ହଳଦି ଦ୍ୱାରା ଷଷ୍ଠିଦେବୀଙ୍କ କାଳ୍ପନିକ ମୂର୍ତ୍ତି ଘରର ମା ମାନେ କରିଥାନ୍ତି । ଫୁଲ , ଚନ୍ଦନ, ସିନ୍ଦୁର, ଆଦି ଧୂପ ଦୀପ ଦେଇ ପିଠା, ଖେଚୁଡି, ଡାଲମା, ତରକାରୀ ଶାଗ, ଖିôର, ଖଟା ଆଦି ସୁସ୍ୱାଦ ବ୍ୟଞ୍ଜନ ଭୋଗ କରାଯାଇଥାଏ । ପିଲା ମାନଙ୍କ ମୁଣ୍ଡରେ ଚନ୍ଦନ, ସିନ୍ଦୁର, ଟିପା ଲଗାଯାଇଷଷ୍ଠି ଦେବୀଙ୍କ ନିକଟରେ ମାଆ ମାନେ ବନ୍ଦାପନା କରିଥାନ୍ତି । ପରେ ମାଙ୍କ ପାଖରେ ଲାଗି କରାଯାଇଥିବା ହଳଦୀରେ ବୁଡା ଯାଇଥିବା ଧଳା କନାକୁ ଚିରି ହାତରେ ବାନ୍ଦିଥାନ୍ତି । ପରେ ପରେ ମା ମାନେ ପିଲା ମାନଙ୍କୁ ଷଷ୍ଟି ଦେବୀଙ୍କ ପାଖରେ ପୂଜା ହୋଇଥିବା ସାରଗୁଛ ମୁଣ୍ଡରେ ଛୁଇଁଆଥାନ୍ତି । ଏହି ପର୍ବଟି ଘରର ସନ୍ତାନ ମାନଙ୍କ ମଙ୍ଗଳ ମନାସି ମା ମାନେ କରିଥାନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି